ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ପୁଣି ଥରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ୪ଟା ୩୦ ମିନିଟରେ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ନୀବନ।
ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ଓଡିଆଙ୍କ ପାଇଁ ଦେବେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେବେ। ତେବେ ପ୍ରବାସୀ ଓଡିଆମାନଙ୍କ ପାଇଁ କିଛି ବଡ ଘୋଷଣା କରିବାର ସୂଚନା ରହିଛି। ଲକ୍ଡାଉନ୍ ଯୋଗୁଁ ଦୀର୍ଘ ଦିନ ହେଲା ବାହାର ରାଜ୍ୟରେ ଫସିରହିଛନ୍ତି ପ୍ରବାସୀ ଓଡିଆ। ସେହିପରି ଆସନ୍ତାକାଲି ଠାରୁ ରାଜ୍ୟର କିଛି ସ୍ଥାନରେ ନିୟମ କୋହଳ କରିବା ନେଇ ମଧ୍ୟ ଘୋଷଣା କରିବାର ଅନୁମାନ କରାଯାଉଛି।
Comments are closed.