୨ ସାଧୁଙ୍କୁ ପିଟି ପିଟି ମାରିଦେଲେ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି
ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଠାରେ ୨ ଜଣ ଜୁନା ଆଖଡ଼ା ସାଧୁଙ୍କ ସମେତ ମୋଟି ୩ ଜଣଙ୍କୁ ପିଟି ପିଟି ମାରିଦେବା ଘଟଣାର ଦୃଢ଼ ନିନ୍ଦ କରିଛି ରାଜ୍ୟ ବିଜେପି। ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନାଭିସ୍ ଦାବି କରିଛନ୍ତି।
ପାଲଘର ଘଟଣାର ଭିଡିଓ ଭାଇରାଲ୍ ହୋଇଥିବା ବେଳେ ଏହା ଅମାନବୀୟ ଓ ଛାତିଥରାଇଦେବା ଭଳି ଘଟଣା ବୋଲି କହିଛନ୍ତି ଫଡନାଭିସ୍। ବର୍ତ୍ତମାନ ଦେଶ ଏକ ସଂଘର୍ଷ ସମୟ ଦେଇ ଗତି କରଥିବା ବେଳେ ଏଭଳି ଘଟଣା ଅଧିକ ପୀଡ଼ାଦାୟକ ବୋଲି ସେ କ୍ଷୋଭପ୍ରକାଶ କରିଛନ୍ତି।
ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଦୁଇଜଣ ସାଧୁ ଚିକ୍ନେ ମହାରାଜ କଳ୍ପବୃକ୍ଷ ଗିରି (୭୦) ଓ ସୁଶୀଲ ଗିରି ମହାରାଜ (୩୫) ସେମାନଙ୍କ ଡ୍ରାଇଭର ନୀଳେଶ ତଲଓ୍ବାଡ଼େ (୩୫) ସହ ନାସିକରୁ ସୁରତ ଅଭିମୁଖେ ଯାଉଥିବା ବେଳେ ପାଲଘର ଠାରେ ଆକ୍ରମଣର ଶିକାର ହୋଇଥିଲେ। ଗ୍ରାମର କିଛି ଲୋକ ପ୍ରଥମେ ସେମାନଙ୍କୁ ଚୋର ବୋଲି ସନ୍ଦେହ କରି ପ୍ରଥମେ ପଚରାଉଚରା କରିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ପିଲାଚୋରି ଗୁଜବ ପ୍ରଚାରିତ ହେଉଥିଲା। ସେହି ସନ୍ଦେହରେ ଲୋକେ ସେମାନଙ୍କୁ ଅଟକଶଇଥିବା ସନ୍ଦେହ କରାଯାଉଛି। ତେବେ ସେମାନେ ନିଜକୁ ସାଧୁ ବୋଲି କହିବା ପରେ ବି ଓ ବେଶଭୂଷାରୁ ସେମାନେ ହିନ୍ଦୁ ସାଧୁ ପରି ଜଣାପଡ଼ୁଥିଲେ ବି ଲୋକେ ଆକ୍ରମଣ କରିଥିଲେ। ପରେ ପ୍ରାୟ ୨୦୦ ଗ୍ରାମବାସୀ ଏକାଠି ହୋଇ କାଠ, ପଥର ଓ ଲୁହାଛଡ଼ରେ ସେମାନଙ୍କୁ ପିଟି ପିଟି ମାରି ଦେଇଥିଲେ।
ଉତ୍ୟକ୍ତ ଲୋକ ସାଧୁମାନଙ୍କ ଗାଡ଼ିଟି ଭାଙ୍ଗି ଦେଇଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଆହତମାନଙ୍କୁ ଭ୍ୟାନକୁ ନେବାକୁ ଚେଷ୍ଟା କରିଥିଲା। ତେବେ ପୁଲିସ ଉପସ୍ଥିତିରେ ଲୋକେ ତିନି ଜଣଙ୍କୁ ଭିଡ଼ିଆଣି ମୃତ୍ୟୁ ପର୍ଯ୍ୟନ୍ତ ପିଟି ଚାଲିଥିଲେ। ପୁଲିସ ଗାଡ଼ି ମଧ୍ୟ ସେମାନଙ୍କ ଆକ୍ରମଣରୁ ବର୍ତ୍ତିନଥିଲା।
୧୧୦ ଜଣ ଗ୍ରାମବାସୀଙ୍କୁ ସ୍ଥାନୀୟ କାସା ଥାନା ପକ୍ଷରୁ ଗିରଫ କରାଯାଇଛି। ତଦନ୍ତ ଓ ପଚରାଉଚରା ଜାରି ରହିଛି। ଅନ୍ୟ ପଟେ ଆକ୍ରମଣ ପଛରେ ସାଂପ୍ରଦାୟିକ କାରଣ ଥାିପାରେ ବୋଲି ସୋସିଆଲ ମିଡିଆରେ ସନ୍ଦେହ ପ୍ରକାଶ ପାଇଛି।
Seeing the visuals that have come out, Palghar incident of mob lynching is shocking & inhuman.
It is more disturbing especially when we are going through such tough times otherwise too.
I urge the State Government to immediately set up a High Level Enquiry and…
(1/2)— Devendra Fadnavis (@Dev_Fadnavis) April 19, 2020
https://www.facebook.com/OdishaLink/videos/225131488551829
Comments are closed.