ଗ୍ରାମବାସୀଙ୍କ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରିବା ପ୍ରୟାସକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଓଡିଶା ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଧୀନ ଜନଜାତି ପ୍ରାଧାନ୍ୟ ଡଙ୍ଗପାଳ ଗାଁର ପ୍ରତ୍ୟେକ ପରିବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ମୋଟ ୨୭ ହଜାର ଦାନ କରିବା ଖବର ଗଣମାଧ୍ୟମରୁ ଜାଣିବା ପରେ ଗ୍ରାମବାସୀଙ୍କ ଏହି ପ୍ରୟାସକୁ ଭୂୟଂସୀ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଗ୍ରାମବାସୀଙ୍କ ସାମୂହିକ ସଂକଳ୍ପ ଏବଂ ଦାୟିତ୍ୱବୋଧ କରୋନା ମହାମାରୀ ଉପରେ ଭାରତର ବିଜୟକୁ ଦୃଢ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଯଦି ଧନ ଏବଂ ଦୟାରେ ଧନର ମାପ କରାଯାଇ ପାରିଥାନ୍ତା ତେବେ ଡଙ୍ଗପାଳ ଗାଁର ଆଦିବାସୀ ଗ୍ରାମବାସୀ ସବୁଠାରୁ ଧନୀ ହୋଇଥାନ୍ତେ। କୋରନା ମୁକାବିଲାରେ ଦେଶର ଲଢେଇକୁ ମଜବୁତ୍ କରିବା ପାଇଁ ଏହି ଆଦିବାସୀ ଗାଁର ପ୍ରତ୍ୟେକ ପରିବାର ପିଏମ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି।
ଗ୍ରାମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ ଏବଂ ଦୈନିକ ମଜୁରିଆ ଲାଗି ରୋଜଗାର କରନ୍ତି। ଏହା ସତ୍ୱେ ଗାଁର ପ୍ରାୟ ୩୦୦ ପରିବାର ସେମାନଙ୍କ ସ୍ୱଳ୍ପ ସଂଚୟରୁ ପିଏମ କେୟାର୍ସ ପାଇଁ ୨୭ ହଜାର ଟଙ୍କା ସଂଗ୍ରହ କରାଯିବା ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।
Comments are closed.