ଓଡ଼ିଶାରେ କରୋନା: ନିଜାମୁଦ୍ଦିନ୍ ପରେ ଏବେ କୋଲକାତା ଫେରନ୍ତା ଭୟ

ଭୁବନେଶ୍ବର: ଗତ ତିନି ଦିନ ଧରି ରାଜ୍ୟରେ ଗୋଟିଏ ବି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଆଜି ହଠାତ ଗୋଟିଏ ଦିନରେ ୧୩ ନୂଆ ରୋଗୀ ମିଳିଛନ୍ତି। ସମସ୍ତେ ଗ୍ରାମାଞ୍ଚଳର।
ଏମାନଙ୍କ ଭିତରୁ ଭଦ୍ରକ ଓ ଯାଜପୁରର ୧୦ ଜଣ ଆକ୍ରାନ୍ତ କୋଲକାତାରୁ ସଂକ୍ରମିତ ହୋଇ ଆସିଥିବା ସ୍ବାସ୍ଥ୍ର ବିଭାଗ ଜଣାଇଛି। ପୂର୍ବରୁ ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କାଜ୍ ଫେରନ୍ତାଙ୍କୁ ନେଇ ସଂକ୍ରମଣ ଭୟ ରହିଥିବା ବେଳେ ଓଡ଼ିଶା ପାଇଁ ଏବେ କୋଲକାତା ନୂଆ କରୋନା ଖଣି ସାବ୍ୟସ୍ତ ହୋଇଛି।
ଆଜି ଏ ନେଇ ଜନସାଧାରଣଙ୍କୁ ଅନୁରୋଧ ରଖିଛନ୍ତି ରାଜ୍ୟ ସରକାର। ଗତ ୨୮ ଦିନ ମଧ୍ୟରେ ଯେଉଁମାନେ କୋଲକାତାରୁ ଓଡ଼ିଶା ଆସିଛନ୍ତି ସେମାନେ ଆଗେଇ ଆସି ସ୍ଥାନୀୟ ସରପଞ୍ଚ, ବିଡିଓ ଅଥବା ତହସିଲଦାରଙ୍କୁ ଜଣାନ୍ତୁ ବୋଲି ସ୍ବାସ୍ଥ୍ର ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି ବ୍ୟକ୍ତିମାନେ କ୍ବାରାଣ୍ଟିନରେ ରହିବା ଲାଗି ବିଭାଗ ପରାମର୍ଶ ଦେଇଛି।
Comments are closed.