କରୋନା: ରାଜ୍ୟରେ ଆଉ ୬ ଆକ୍ରାନ୍ତ ଚିହ୍ନଟ, ମୋଟ ୭୪

ଭୁବନେଶ୍ବର: ରାଜ୍ୟରେ ଆଜି ଦିନ ୧୨ ଟା ସୁଦ୍ଧା ଆଉ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଁଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍।
ଆଜି ଦିନକରେ ରାଜ୍ୟରେ ମୋଟ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସକାଳେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭଦ୍ରକ ଜିଲ୍ଲାରୁ ୫ ଓ ବାଲେଶ୍ବର ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ମଧ୍ୟାହ୍ନରେ ଜଣା ପଡ଼ିଥିବା ୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଯାଜପୁର ଜିଲ୍ଳାର ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ଜଣେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ଜଣାପଡ଼ିଛି।
ଅପରପକ୍ଷେ ଯାଜପୁର ଜିଲ୍ଲାରୁ ୫ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଯାଜପୁର ବ୍ଲକର ୩ ଜଣ, କୋରେଇ ବ୍ଲକର ଜଣେ ଏବଂ ଓ ଦଶରଥ ବ୍ଲକର ଜଣେ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।
ରାଜ୍ୟରେ ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ୭୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟର ବିଭିନ୍ନ କୋଭିଡ୍-୧୯ ହସ୍ପିଟାଲରେ ୪୯ ଜଣ ଚିକିତ୍ସିତ ହେଉଛନ୍ତି।
ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ। ଗୋଟିଏ ପଟେ ରାଜ୍ୟରେ ଲକଡାଉନ୍ କୋହଳ କରିବା ପାଇଁ ସରକାର ଚିନ୍ତା କରୁଥିବା ବେଳେ ଆଜି ପୁଣି ଗୋଟିଏ ଦିନରେ ଏତେ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହେବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
Comments are closed.