ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ ଯୋଗୀ, କହିଲେ…

ନୂଆଦିଲ୍ଲୀ: ପରଲୋକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଆଜି ଦିନ ୧୦ଟା ୪୪ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଆଜି ଦିଲ୍ଲୀସ୍ଥିତ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ଅସୁସ୍ଥତା କାରଣରୁ ମାର୍ଚ୍ଚ ୧୫ ତାରରିଖରୁ ଦିଲ୍ଲୀସ୍ଥିତ ଏମ୍ସରେ ଚକିତ୍ସିତ ହେଉଥିଲେ ଯୋଗୀଙ୍କ ପିତା।
ତେବେ ବାପାଙ୍କ ଦେହାନ୍ତ ହୋଇଥିଲେ ତାଙ୍କ ଅନ୍ତିମ ସଂସ୍କାରରେ ପୁଅ ଯୋଗୀ ଆଦିତ୍ୟନାଥ ସାମିଲ ହେବେ ନାହିଁ। ରାଜ୍ୟବାସୀ କରୋନା ବିରୋଧରେ ଲଢ଼େଇ କରୁଥିବାରୁ ସେମାନଙ୍କୁ ସହଯୋଗ କରିବା ଓ ଲକଡାଉନ ନିୟମକୁ ପାଳନ କରିବା ପାଇଁ ଯୋଗୀ ବାପାଙ୍କ ଶେଷ କାମରେ ଯୋଗଦେଇ ପାରିବେ ନାହିଁ ବୋଲି ଯୋଗୀ କହିଛନ୍ତି।
ଯୋଗୀ ଆଦିତ୍ୟନାଥ ଏକ ବିବୃତିରେ କହିଛନ୍ତି, “ମୋ ପିତାଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ। ମୋ ବାପା ମୋତେ ସବୁ ବେଳେ ବିଶ୍ୱସ୍ତ, କଠିନ ପରିଶ୍ରମୀ ଓ ନିଃସ୍ୱାର୍ଥ ପର ଭାବେ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଥିଲେ। ଶେଷ ସମୟରେ ମୁଁ ବାପାଙ୍କ ସହ ରହିବାକୁ ଚାହୁଁଥିଲି। ହେଲେ ମହାମାରୀ କରୋନା ଭାଇରସ୍ ପାଇଁ ମୁଁ ଶେଷ ସମୟରେ ପିତାଙ୍କ ପାଖରେ ରହି ପାରିଲି ନାହିଁ ବୋଲି ଚିଠିରେ ଲେଖିଛନ୍ତି।
ଏବେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ହୋଇଛି। ଏହି କାରଣରୁ ମୁଁ ମୋ ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବି ନାହିଁ। ମୁଁ ମୋ ମା’ ଓ ପରିବାର ସଦସ୍ୟଙ୍କୁ ଲକଡାଉନ କଟକଣାକୁ ମାନି ବାପାଙ୍କ ଅନ୍ତିମ ସଂସ୍କାର କରନ୍ତୁ। ଲକଡାଉନ ଶେଷ ହେବା ପରେ ମୁଁ ଆପଣମାନଙ୍କ ପାଖକୁ ଯିବି।” ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଚିଠିରେ ଉଲ୍ଲେଖ କରିଛନ୍ତି।
Uttar Pradesh Chief Minister Yogi Adityanath says he will not take part in the last rites of his father tomorrow, to ensure enforcement of lockdown and to defeat coronavirus pandemic in the state. pic.twitter.com/PPjy9xxLgB
— ANI UP (@ANINewsUP) April 20, 2020
Comments are closed.