ମଧ୍ୟପ୍ରଦେଶ: ୨୯ ଦିନ ପରେ ଶପଥ ନେଲେ ୫ କ୍ୟାବିନେଟ ମନ୍ତ୍ରୀ
ଭୋପାଳ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଲଢ଼େଇ କରୁଛି। ଏହାରିମଧ୍ୟରେ ଆଜି ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରରେ ୫ ଜଣ ସଦସ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ମଧ୍ୟାହ୍ଣରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ୫ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।
କରୋନା ଲଢ଼େଇ ପାଇଁ ଲକ୍ଡାଉନ୍ ଓ କଟକଣା ଜାରି ହେବାରୁ ଶିବରାଜ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିପାରି ନଥିଲେ। ଶିବରାଜ ସିଂହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୨୯ ଦିନ ପରେ ଆଜି ନରୋତ୍ତମ ମିଶ୍ର, ମୀନା ସିଂହ, କମଲ ପଟେଲ, ତୁଲସୀରାମ ସିଲୱାତ ଓ ଗୋବିନ୍ଦ ସିଂହ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ୫ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ବିଜେପିର ୩ ଜଣ ଓ ୨ ଜଣ ସିନ୍ଧିଆଙ୍କ ସମର୍ଥକ।
ଅନ୍ୟପକ୍ଷରେ ଆଜି ଶପଥପାଠ ଉତ୍ସବରେ ସାମାଜିକ ଦୂରତ୍ବ ଅବଳମ୍ବନ କରାଯାଇଥିବାର ଦେଖିବାକୁ ମିଳିଥିଲା। ହେଲେ ସୁରକ୍ଷାକର୍ମୀଙ୍କୁ ଛାଡ଼ି ଦେଲେ ଆଉ କାହା ମୁହଁରେ ମାସ୍କ ନଥିଲା। ଏପରକି ରାଜ୍ୟପାଳ, ମୁଖ୍ୟମନ୍ତରୀ ମଧ୍ୟ ମାସ୍କ ପରିଧାନ କରିନଥିଲେ।
ମଧ୍ୟପ୍ରଦେଶରେ ଆଜି ସୁଦ୍ଧା ୧୪୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪ ଜଣଙ୍କର ମୃତ୍ୟୁ ହୋିଛି। ଅପରପକ୍ଷେ ୧୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Comments are closed.