କଣ୍ଟେନ୍ମେଣ୍ଟ ଜୋନ୍ରେ ବାସୁଦେବପୁରର ୯ଟି ପଞ୍ଚାୟତ

ଭଦ୍ରକ: ରାଜ୍ୟରେ ଆଜି ପୁଣି ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୩ ଜଣ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ସୂଚନା ରହିଛଇ। ଏହା ସହିତ ଏହି ବ୍ଲକ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଫଳରେ ୯ଟି ପଞ୍ଚାୟତକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ୯ଟି ପଞ୍ଚାୟତକୁ ୪ଟି ଜୋନ୍ରେ ଭାଗ କରି କଣ୍ଟେନ୍ମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।
ଜୋନ୍-୧ରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତାଳ ପଞ୍ଚାୟତ ରହିଛି। ଜୋନ୍-୨ରେ ଖରିଡ଼ା ବିନାୟକପୁର ଓ ଗୁଆଗାଡ଼ିଆ ପଞ୍ଚାୟତ ରହିଛି। ସେହିପରି ଜୋନ୍-୩ରେ ଲକ୍ଷ୍ମୀଦାସପୁର ଓ ବାଲିମେଦ ପଞ୍ଚାୟତ ରହିଥିବା ବେଳେ ଜୋନ୍-୪ରେ ଅଧୁଆନ ପଞ୍ଚାୟତ ରହିଛି।
ସୂଚନାଯୋଗ୍ୟ, କେବଳ ବାସୁଦେବପୁର ବ୍ଲକ୍ରୁ ୬ ଜଣ କ଼ରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କୁ ମିଶାଇ ଭଦ୍ରକ ଜିଲ୍ଲାରେ ମୋଟ ୧୧ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇଛନ୍ତି। ୫୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।
Comments are closed.