କରୋନା ସମୟରେ କେମିତି ଏଭରେଷ୍ଟ ଚଢ଼ିଲେ ଲଣ୍ଡନର ଯୁବକ, ଜାଣନ୍ତୁ

ଓଏଲ୍ ବ୍ୟୁରୋ: କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ସମୟରେ ବି ଏଭରେଷ୍ଟ ଶୃଙ୍ଗ ଚଢ଼ିଥିବା ଦାବି କରିଛନ୍ତି ଲଣ୍ଡନର ଜଣେ ଯୁବକ। କେବଳ ଚଢ଼ିନାହାନ୍ତି, ସେ ଏଭରେଷ୍ଟରୁ ତଳକୁ ଫେରିଥିବା ମଧ୍ୟ କହିଛନ୍ତି। ନିଜର ଅଜବ ଖିଆଲ ପାଇଁ ଏବେ ଏଭଳି ଚର୍ଚ୍ଚାରେ ଅଛନ୍ତି ବ୍ରିଟିଶ୍ ଫଟୋଗ୍ରାଫର ଓ ଲେଖକ ରବ୍ ଫର୍ଗୁସନ୍। ରୟାଲ୍ ଜିଓଗ୍ରାଫିକାଲ ସୋସାଇଟିର ସଦସ୍ୟ ରବ୍ ନିଜ ଘରେ ଥାଇ ଏଭରେଷ୍ଟ ଚଢ଼ିଥିବା ଦାବି କରିଛନ୍ତି।
ତେନ୍ଜିଙ୍ଗ ଏଭରେଷ୍ଟ୍ ଚ୍ୟାଲେଞ୍ଜ୍ରେ ଭାଗ ନେବାକୁ ସ୍ଥିର କରି ସାରିଥିବା ରବ୍ଙ୍କ ଏଭରେଷ୍ଟ ଗସ୍ତ କରୋନା ଭୂତାଣୁ ସଂକ୍ରମଣ ପାଇଁ ବାତିଲ ହୋଇଥିଲା। ଏଭରେଷ୍ଟ ଚଢ଼ିବାର ସ୍ବପ୍ନରେ ମସଗୁଲ ରବ୍ କିନ୍ତୁ ନିଜ ମନରୁ ସେ ସ୍ବପ୍ନକୁ ଓହ୍ଲାଇ ପାରି ନଥିଲେ। ଶେଷରେ ଏକ ବିଚିତ୍ର ଚିନ୍ତାଧାରା ତାଙ୍କ ମନକୁ ଆସିଲା। ସେ ରହୁଥିବା ଆପାର୍ଟମେଣ୍ଟର ଦ୍ବିତୀୟ ଫ୍ଳୋର୍ ଅଧା ପାହାଚ (ଫଟୋରେ ଯେତିକି ଦୃଶ୍ୟମାନ)କୁ ବାରମ୍ବାର ଚଢ଼ି ଓ ଓହ୍ଲାଇ ଏଭରେଷ୍ଟ ଦୂରତା ଅତିକ୍ରମ କରିଥିବା ଦାବି କରିଛନ୍ତି। ନିଜର ପୂରା ଯାତ୍ରାକୁ ସେ କ୍ୟାମେରାରେ ରେକର୍ଡ କରିଛନ୍ତି। ଜଣେ ପର୍ବତ ଆରୋହୀଙ୍କ ଭଳି ସମସ୍ତ ଅତ୍ୟାବଶ୍ୟକୀୟ ଦ୍ରବ୍ୟ (ଖାଦ୍ୟ ଓ ପାନୀୟ ସମେତ) ନିଜର ବ୍ୟାକ୍ପ୍ୟାକ୍ରେ ଧରି ରବ୍ ସେଇ ଅଧାଶିଡ଼ିରେ ତଳଉପର ହୋଇଥିଲେ। ୨୪ ଘଣ୍ଟା ୩୦ ମିନିଟରେ ସେ ଏଭରେଷ୍ଟ ଆରୋହଣ ଓ ଅବତରଣ ପଥ ଅତିକ୍ରମ କରିଥିବା ଦାବି କରିଛନ୍ତି। ସେ ମୋଟ ୬,୫୦୬ ଥର ଉପରତଳ ହୋଇଥିଲେ।
Comments are closed.