ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ଆଉ ଜଣେ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁରରେ ଜଣେ ୩୮ ବର୍ଷିୟ ଯୁବକଙ୍କ ନମୂନା ପରୀକ୍ଷା ପରେ ପଜିଟିଭ୍ ମିଳିଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଁଞ୍ଚିଛି।
ତେବେ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଟ୍ୱିଟ୍ ଯୋଗେ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। ଏହି ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଁଚିଥିବାବେଳେ ପୂର୍ବରୁ ଜଣେ ସୁସ୍ଥ ହୋଇଥିଲେ। ତେବେ ବର୍ତ୍ତମାନ କେବଳ ଯାଜପୁରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ରହିଛି।
2nd Health Update 22nd April, 2020
One New Positive case in Jajpur
38 Yrs Male
(Returned from West Bengal)Total Positive Cases Detected: 83
— I & PR Department, Odisha (@IPR_Odisha) April 22, 2020
Comments are closed.