କରୋନା: ରାଜ୍ୟରେ ଆଉ ୨ ଆକ୍ରାନ୍ତ ସୁସ୍ଥ, ମୋଟ ୩୨
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୨ ସୁସ୍ଥ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରର। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୨ରେ ପହଁଞ୍ଚିଛି।
ତେବେ ଆଜି ସୁସ୍ଥ ହୋଇଥିବା ୨ ଆକ୍ରାନ୍ତ ଭୁବନେଶ୍ୱରର କେଉଁ ଅଞ୍ଚଳରେ ସେନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ରେ ଜଣାଇନାହିଁ। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ୩୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ଜଣଙ୍କର ମୃତ୍ୟୁ ହୋଇଛି।
ଗତକାଲି ଜଣେ ‘କରୋନା’ରୁ ସୁସ୍ଥ ହୋଇ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି। ସେ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳ। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍ରେ ରହିଛନ୍ତି। ତେବେ ଗତ ଦୁଇ ଦିନରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ‘କରୋନା’ ଆକ୍ରାନ୍ତ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।
Happy to share that two more COVID cases of Bhubaneswar have recovered.
— H & FW Dept Odisha (@HFWOdisha) April 22, 2020
Comments are closed.