କରୋନା: ବାଲେଶ୍ବରରେ ୨ ନୂଆ ଆକ୍ରାନ୍ତ, ରାଜ୍ୟରେ ମୋଟ ୮୯

ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ଯାଜପୁରରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଧ୍ୟାରେ ବାଲେଶ୍ବରରେ ଆଉ ୨ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ,ମାନଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି।
ବାଲେଶ୍ବରରେ ଏହି ୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ ବର୍ଷର ମହିଳା ହୋଇଥିବା ବେଳେ ଜଣେ ୩୬ ବର୍ଷର ପୁରୁଷ ଅଛନ୍ତି।
ରାଜ୍ୟରେ ଆଜି ସୁଦ୍ଧା ମୋଟ ୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୫୫ ଜଣ ସକ୍ରିୟ ରୋଗୀ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
2nd Health Update, 23rd April, 2020
Two New Positive Cases in Balasore.
55 Yrs Female & 36 Yrs MaleBoth contacts of earlier positive case.
Contact tracing and followup action is being done.
Total Positive Case: 89
— I & PR Department, Odisha (@IPR_Odisha) April 23, 2020
Comments are closed.