କରୋନା: ଆଉ ୪ ପଜିଟିଭ ଚିହ୍ନଟ, ମୋଟ ୮୭

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୪ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାିଟରୁ ସୂଚନା ମିଳିଛି।
ଆଜି ଚିହ୍ନଟ ହୋଇଥିବା ୪ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଳାର ବୋଲି ଜଣାପଡ଼ିଛି। ଫଳରେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଁଞ୍ଚିଛି। ଏହା ପୂର୍ବରୁ ଯାଜପୁରରେ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଆଜି ଚିହ୍ନଟ ହୋଇଥିବା ନୂଆ ୪ ଆକ୍ରାନ୍ତ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି କିମ୍ବା ସେମାନଙ୍କ ଗସ୍ତ ବିବରଣୀର ଏପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ ।
ଆଜି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୪୭ ବର୍ଷିୟ ମହିଳା, ଜଣେ ୨୧ବର୍ଷିୟ ବାଳକ ଥିବାବେଳେ ୨ଜଣ ବୃଦ୍ଧ ମହିଳା ଅଛନ୍ତି। ୨ ବୃଦ୍ଧା ମହିଳାଙ୍କ ବୟସ ଯଥାକ୍ରମେ ୭୦ଓ ୮୦ ବର୍ଷ। ଏହି ୪ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। ସେମଧ୍ୟରୁ ଜଣଙ୍କର ମୃତ୍ୟୂ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ୫୩ ଜଣ ଏବେବି ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲର ଚିକିତ୍ସିତ ହେଉଛନ୍ତି।
Health Update, 23rd April, 2020 #Covid19
Four New Positive Cases of Jajpur.
48 Yrs Female, 70 Yrs Female, 80 Yrs Female & 21 Yrs Male
All family members of earlier positives. (West Bengal Returnees)
Contact tracing & followup action is being done.
Total Positive Cases: 87
— I & PR Department, Odisha (@IPR_Odisha) April 23, 2020
Comments are closed.