କରୋନା ମୁକାବିଲା: ମାସ୍କ ତିଆରି କଲେ ରାଷ୍ଟ୍ରପତିଙ୍କ ପତ୍ନୀ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି ମାସ୍କ ବ୍ୟବହାର। କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରୁ ନିରାପଦ ରହିବାକୁ ସମସ୍ତେ ଫେସ୍ ମାସ୍କ୍ ପିନ୍ଧିବା ଛଡ଼ା ଲୌକିକ ବା ସାମାଜିକ ଦୂରତା ବଜାୟ ରଖିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଦେଶର ପ୍ରଥମ ମହିଳା ସାମିଲ ହେଲେ କରୋନା ବିରୋଧୀ ଯୁଦ୍ଧରେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ ମାସ୍କ ତିଆରି କରୁଥିବା ଦେଖିବାକୁ ମିଳିଛି। ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ସେୟାର କରିଛନ୍ତି।
My salutations to the First Lady Smt. Savita Kovind for standing shoulder to shoulder with the nation in this hour of crisis. This will inspire many to come forward and further contribute for a healthy India. 🙏#IndiaFightsCorona pic.twitter.com/DzvzMxKN7L
— Dharmendra Pradhan (@dpradhanbjp) April 23, 2020
ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ବାସଭବନରେ ଥିବା ଶକ୍ତିହାଟରେ ତିଆରି ହୋଇଥିବା ଏହି ମାସ୍କ ଦିଲ୍ଲୀର ସହରାଞ୍ଚଳ ଆଶ୍ରୟସ୍ଥଳରେ ବଣ୍ଟନ କରାଯିବ ବୋଲି ଜଣାପଡିଛି। ବର୍ତ୍ତମାନ କରୋନା ମୁକାବିଲା ପାଇଁ ସାରା ଦେଶ ଏକ୍ ହୋଇଥିବା ସମୟରେ ଦେଶର ପ୍ରଥମ ମହିଳା ନିଜେ ସିଲେଇ ମେସିନରେ ବସି ମାସ୍କ ତିଆରି କରି ଦେଶବାସୀଙ୍କୁ ବଡ ବାର୍ତ୍ତା ଦେଇଛନ୍ତି।
Comments are closed.