ରବିବାର ଯାଏଁ ଯାଜପୁର, ଭଦ୍ରକ, ବାଲେଶ୍ବର ସଟ୍ଡାଉନ୍
ଭୁବନେଶ୍ବର: କରୋନା ସଂକରମଣକୁ ଦୃଷ୍ଟିରେ ରଖି ତିନୋଟି ଜିଲ୍ଲାରେ ରବିବାର ଯାଏଁ ସଟ୍ଡାଉନ୍ ଜାରି କରିଛନ୍ତି ସରକାର। ଏହି ସମୟରେ ଔଷଧ ଦୋକାନ ଛଡ଼ା ଅନ୍ୟ ସମସ୍ତ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ଆମ୍ବୁଲାନ୍ସ ଓ ସରକାରୀ ସେବା ଗାଡ଼ି ଭିନ୍ନ କୌଣସି ଗାଡ଼ି ଚାଲିବନାହି’। ଲୋକାମନେ ଆଦୌ ଘରୁ ବାହାରିବେ ନାହିଁ। ୩ ଜିଲ୍ଲାରେ ଗୁରୁବାର (୨୩ ଏପ୍ରିଲ) ରାତି ୧୦ଟାରୁ ଲାଗୁ ହୋଇଥିବା ଏହି ସଟ୍ଡାଉନ୍ ରବିବାର ୨୬ ଏପ୍ରିଲ ସକାଳ ୧୦ଟା ଯାଏଁ ବଳବତ୍ତର ରହିବ। ଏହି ସମୟରେ ତିନି ଜିଲ୍ଲାରେ କରକଫ୍ୟୁ ଭଳି ପରିବେଶ ରହିବ। କଟକଣା ଅମାନ୍ୟ କରି ଘରୁ ବାହାରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ସରକାର।
ଭଦ୍ରକ, ବାଲେଶ୍ବର ଓ ଯାଜପୁରରେ ଆଜି (୨୩ ଏପ୍ରିଲ) ସୁଦ୍ଧା ଯଥାକ୍ରମେ ୧୦, ୧୧ ଓ ୧୨ ଜଣ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଅଧିକାଂଶ ଆକ୍ରାନ୍ତ ଗ୍ରାମାଞ୍ଚଳର ଓ ସେମାନଙ୍କର ପଶ୍ଚିମବଙ୍ଗ ଗସ୍ତ ଇତିହାସ ରହିଛି। ସରକାର ଗତକାଲି ଠାରୁ ପଶ୍ଚିମବଙ୍ଗ ସର ରାଜ୍ୟର ସମସ୍ତ ଗନ୍ତବ୍ୟ ପଥକୁ ସିଲ୍ କରିଛନ୍ତି।
Comments are closed.