ଯାଜପୁରରେ ୨ ଦିନ କର୍ଫ୍ୟୁ
ଯାଜପୁର: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ସମ୍ଭାବ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ। ଜିଲ୍ଲା ସାରା ୨ ଦିନରୁ ଅଧିକ ସମୟ ଲାଗି ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି (୨୩ ଏପ୍ରିଲ) ରାତି ୧୦ଟା ଠାରୁ ୨୬ ଏପ୍ରିଲ ସକାଳ ୧୦ଟା ଯାଏଁ ଜିଲ୍ଲାରେ କର୍ଫ୍ୟୁ ଭଳି ବ୍ୟବସ୍ଥା ବଳବତ୍ତି ରହିବ ବୋଲି କୁହାଯାଇଛି। ଏହି ସଟ୍ଡାଉନ୍ ସମୟରେ କେବଳ ଔଷଧ ଦୋକାନ, ଡାକ୍ତରଖାନା ଓ ଆମ୍ବୁଲାନ୍ସ ସେବା ଆଦି ଚାଲୁ ରହିବ। ଅନ୍ୟ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ଗାଡ଼ି ଚଳାଚଳ ବନ୍ଦ ରହିବ। ଏପରିକି ଲୋକମାନେ ଏହି ସମୟ ଘରୁ କୌଣସି କାର୍ଯ୍ୟରେ ବାହାରକୁ ଆସିବେ ନାହିଁ।
ଯାଜପୁର ଜିଲ୍ଲାରେ ପୂର୍ବରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪ ଜଣଙ୍କର ନମୁନା ପଜିଟିଭ୍ ଆସିବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି।
ଯାଜପୁର ଜିଲ୍ଲା ରେ ଆଜି ତା ୨୩/୪/୨୦୨୦ ରିଖ ଗୁରୁବାର ରାତି ୧୦ ଘଟିକା ଠାରୁ ରବିବାର ତା୨୬/୪/୨୦୨୦ ରିଖ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରାଗଲା। ଏହି ସମୟରେ କର୍ଫ୍ୟୁ ଭଳି ବ୍ୟବସ୍ଥା ବଳବତ୍ତର ରହିବ। କେବଳ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ନିମିତ୍ତ ମେଡିସିନ ଦୋକାନ ଖୋଲା ରହିବ।
— Collector & DM, Jajpur (@dm_jajpur) April 23, 2020
Comments are closed.