କରୋନା: ୬ ମାସର ଶିଶୁ ନାମରେ ପୁଲିସ ମାମଲା

ଡେରାଡୁନ୍: ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାରେ ଏକ ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି। ଲକ୍ଡାଉନ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପୁଲିସ ଜଣେ ୬ ମାସର ଶିଶୁ ଓ ଆଉ ଜଣେ ୨ ବର୍ଷ ବୟସର ଶିଶୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୋଟ ୫୧ ଜଣଙ୍କ ନାମରେ ମାମଲା ହୋଇଥିବା ବେଳେ ସେମାନଙ୍କ ମଧ୍ୟର ଏଇ ଦୁଇଜଣ ଅବୋଧ ଶିଶୁ ଅଛନ୍ତି।
ପୁଲିସର ଏଭଳି ବିଚିତ୍ର ନୀତି ନେଇ ଗଣମାଧ୍ୟମ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ପରେ ଉତ୍ତରକାଶୀ ଜିଲ୍ଲାପାଳ ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବାଳ ଅପରାଦ ଆଇନରେ ୮ ବର୍ଷରୁ କମ୍ ବୟସର ଶିଶୁଙ୍କ ବିରୋଧରେ କୌଣସି ମାମଲା ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଜିଲ୍ଲାର କୋଭିଡ୍ ମାଜିଷ୍ଟ୍ରେଟ୍ଙ୍କୁ ଏ ମାମଲାରେ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
Comments are closed.