କରୋନା ମୁକ୍ତ ହେଲା ସୁନ୍ଦରଗଡ଼ ଜିଲ୍ଲା
ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର ୩୪ ବର୍ଷୀୟ ପୁରୁଷ ଜଣକ ଆଜି ସୁସ୍ଥ ହୋଇଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଥିସହିତ କରୋନା ମୁକ୍ତ ହେଲା ସୁନ୍ଦରଗଡ଼ ଜିଲ୍ଲା।
ଏହାପୂର୍ବରୁ କଟକ, ଢେଙ୍କାନାଳ, ପୁରୀ ଓ କଳାହାଣ୍ଡି ଜିଲ୍ଲା କରୋନା ମୁକ୍ତ ହୋଇ ସାରିଛି। ସୁନ୍ଦରଗଡ଼କୁ ମିଶାଇ ରାଜ୍ୟରେ ମୋଟ ୧୦ଟି କରୋନା ଆକ୍ରାନ୍ତ ଜିଳ୍ଲା ମଧ୍ୟରୁ ୫ଟି ଜିଲ୍ଲା କରୋନା ମୁକ୍ତ ହୋଇଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର।
We are happy to share that of the 10 districts where #COVID19 positive cases were detected, 5 districts now have no active cases.
These are Kalahandi, Sundargarh, Cuttack, Puri & Dhenkanal.
All active cases of remaining five districts are stable & are expected to recover well.
— H & FW Dept Odisha (@HFWOdisha) April 25, 2020
ରାଜ୍ୟରେ ବର୍ତ୍ତମାନ ସମୟରେ ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୩୪ ଜଣ ସୁସ୍ଥ ହୋଇଥିବା ବେଳେ ୫୯ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସୁସ୍ଥ ହେଲେ ସୁନ୍ଦରଗଡ଼ର ଜଣେ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୩୪ ସୁସ୍ଥ
Comments are closed.