ଆଉ ବଢ଼ିବନି ଲକ୍ଡାଉନ୍, କରୋନା ହଟ୍ସ୍ପଟ୍ରୁ ହଟିବନି କଟକଣା!

ଭୁବନେଶ୍ବର: ଦୋକାନ ବଜାର ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର କୋହଳ ନୀତି ପରେ ଲକକ୍ଡାଉନ୍ କଟକଣା ଆଜିଠାରୁ ପ୍ରାୟତଃ କୋହଳ ହୋଇଯାଇଛି। କିଛି ରାଜ୍ୟରେ ଏହି କୋହଳ ନୀତିର ପ୍ରଭାବ ଆଜି ସକାଳୁ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶା ଭଳି କିଛି ରାଜ୍ୟ କେନ୍ଦ୍ରର କୋହଳ-ନିୟମ ଲାଗୁ କରିବା ନେଇ ବିଚାର ବିମର୍ଶ କରୁଛନ୍ତି।
ଆବଶ୍ୟକ ଅନୁସାରେ ଲୋକେ ଘରୁ ଏବେ ବାହାରକୁ (ନିଜ ଅଞ୍ଚଳ ଭିତରେ) ଯାଇ ପାରୁଥିବା ବେଳେ ମଦ ଦୋକାନ, ମାର୍କେଟ୍ କମ୍ପ୍ଳେକ୍ସ ଓ ମଲ୍କୁ ଛାଡ଼ି ପ୍ରାୟ ଦୋକାନ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ ମେ ୩ ପରେ ଲକ୍ଡାଉନ୍ ହଟିବା ନେଇ ସ୍ପଷ୍ଟ ସୂଚନା ମିଳିଛି। କିଛି କଟକଣା ଲାଗୁ ସହ ମେ ୪ ତାରିଖରୁ ସାଧାରଣ ଜନଜୀବନ ସ୍ବାଭାବିକ କରିବାକୁ ସରକାର ପ୍ରୟାସ କରିବେ ବୋଲି ଆଭାସ ମିଳୁଛି।
ତେବେ କରୋନା ଜନିତ ଉଷ୍ମକ୍ଷେତ୍ର (ହଟ୍ସ୍ପଟ୍) ଓ ଆବଦ୍ଧାଞ୍ଚଳ (କଣ୍ଟେନମେଣ୍ଟ ଜୋନ୍)ରେ ଏହି କୋହଳ ନୀତି ଲାଗୁ ହୋଇ ନଥିବାରୁ ଏସବୁ ଅଞ୍ଚଳରେ ଲକ୍ଡାଉନ୍ କଟକଣା ଅଧିକ ଦିନ ରହିପାରେ ବୋଲି ଅନୁମାନ କରାଯାଉଛି।
Comments are closed.