ଓଡ଼ିଶାରେ ୧୦୦ କରୋନା ଆକ୍ରାନ୍ତ
ଭୁବନେଶ୍ବର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଆଜି ଯାଜପୁର ଜିଲ୍ଲାରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ୧୦୦ ହୋଇଛି। ଏହି ନୂଆ ୬ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁର ଜିଳ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଁଞ୍ଚିଛି।
ଆଜି ଚିହ୍ନଟ ହୋଇଥିବା ୬ ନୂଆ ଆକ୍ରାନ୍ତଙ୍କ କୋଲକାତାରୁ ଫେରିଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ଜଣାଇଛି। ବର୍ତ୍ତମାନ ସମୟରେ ଯାଜପୁର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଲାଣି।
ରାଜ୍ୟରେ ବର୍ତ୍ତମାନ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ଜଣେ ଆକ୍ରାନ୍ତ ମୃତ୍ୟୁ କରିଥିବା ବେଳେ ୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ୬୫ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟର ମୋଟ ୧୦ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୫ ଜିଲ୍ଲା ପୂରା କରୋନା ମୁକ୍ତ ଅଛି। ପୁରୀ, କଟକ, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ କରୋନା କବଳରୁ ମୁକ୍ତ ହୋଇଛି।
Health Update: 25th April, 2020
Six New Positive Cases in Jajpur
52 Yrs Male, 23 Yrs Male, 49 Yrs Male, 57 Yrs Male, 39 Yrs Male & 50 Yrs Male.
(All Kolkata Returnees)
Contact tracing and followup action is being done.
Total Positive Case in Odisha: 100
— I & PR Department, Odisha (@IPR_Odisha) April 25, 2020
Comments are closed.