କରୋନା: ସୁନ୍ଦରଗଡ଼ରୁ ୩ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ୧୦୩
ଭୁବନେଶ୍ବର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ ସୂଚନା ଦେଇଛି। କରୋନା ମୁକ୍ତ ଜିଲ୍ଲା ଘୋଷଣାର ୨୪ ଘଣ୍ଟା ନପୁରୁଣୁ ପୁଣି ଥରେ କରୋନା ଯୁକ୍ତ ହେଲା ସୁନ୍ଦରଗଡ଼।
ପୂର୍ବରୁ ସୁନ୍ଦରଗଡ଼ର ୩କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ଆଉ ୩କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ରାଜ୍ୟ ପାଇଁ ଚିନ୍ତାର ବିଷୟ। ଏଥିସହିତ ସୁନ୍ଦରଗଡ଼ରେ କରୋନା ଆକ୍ରାନ୍ତ ସଂଖ୍ୟା ୬ରେ ପଂହଁଞ୍ଚିଛି।
ସୁନ୍ଦରଗଡ଼ରେ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ମଧ୍ୟରୁ ୨ ଜଣ ପୁରୁଷ ଓ ଜଣେ ମହିଳା। ଏବଂ ସେମାନଙ୍କ ବୟସ ଯଥାକ୍ରମେ ୨୩, ୬୦ ଓ ୫୭ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।
Health Update, 26th April
03 New Positive Cases in Sundargarh (Rourkela)
23 Yr Male, 60 Yr Male & 57 Yr Female
(Two are confirmed close contacts of earlier positive case. One is a suspected contact)
Total Positive Case: 103
Contact tracing and followup action is being done.
— I & PR Department, Odisha (@IPR_Odisha) April 26, 2020
୨୫ ତାରିଖ ସୁଦ୍ଧା ରାଜ୍ୟରେ ୨୨୮୧୬ କୋଭିଡ ନମୁନା ପରୀକ୍ଷା ହୋଇଛି ଏବଂ ୪୯୭୫ଟି ରାପିଡ୍ ଆଣ୍ଟିବଡି ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୧୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଯାବତ୍ ସମୁଦାୟ ୩୪ ଜଣ ସୁସ୍ଥ ହୋଇଥିବା ବେଳେ ୬୮ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଗତକାଲି ଯାଜପୁରରୁ ଚିହ୍ନଟ ହୋଇଥିବା ୬ଜଣ ଯାକ ନୂଆ କରୋନା ଆକ୍ରାନ୍ତ ମାର୍ଚ୍ଚ ୨୯ତାରିଖରେ କୋଲକାତାରୁ ଫେରିଥିଲେ। ଏହାପରେ ସେମାନେ ସରକାରୀ ସଙ୍ଗରୋଧରେ ୧୪ ଦିନ କାଟି ଘରକୁ ଫେରିଥିଲେ। ଆକ୍ରାନ୍ତମାନଙ୍କ ବୟସ ଯଥାକ୍ରମେ ୨୩, ୪୯, ୫୨, ୫୭,୩୯ ଓ ୫୦ ଏବଂ ସମସ୍ତେ ପୁରୁଷ ବୋଲି ଜଣାପଡ଼ିଛି। ସଙ୍ଗରୋଧରେ ରହିବା ପରେ ଆକ୍ରାନ୍ତ ଘରକୁ ଫେରିଥିବାରୁ ଅନେକ ଲୋକ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଇଛି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ଟି ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୪ଟି ଜିଲ୍ଲା କରୋନା ମୁକ୍ତ ହୋଇଥିବା ବେଳେ ଆଉ ୬ଟି ଜିଲ୍ଲାର କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।
Comments are closed.