କରୋନା: ରାଜ୍ୟରେ ଆଉ ୫ ଆକ୍ରାନ୍ତ ଚିହ୍ନଟ, ମୋଟ ୧୦୮

ଭୁବନେଶ୍ବର: ରାଜ୍ୟରେ ପୁଣି ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବସାଇଟରେ ପ୍ରକାଶ ପାଇଛି। ୫ ଆକ୍ରାନ୍ତ ଚିହ୍ନଟ ହେବା ଫଲରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଁଞ୍ଚିଛି।
ବାଲେଶ୍ବରରେ ପୂର୍ବରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାହା ଏବେ ୧୫କୁ ବୃଦ୍ଧି ପାଇଛି। ତେବେ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଖବର ଲେଖା ହେଲା ପର୍ଯ୍ୟନ୍ତ ମିଳିପାରି ନାହିଁ। ବର୍ତ୍ତମାନ ସମସୟରେ ରାଜ୍ୟରେ ମୋଟ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋିଛନ୍ତି। ସେ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ୭୨ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ରାଜ୍ୟବାସୀ ଓ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।
Comments are closed.