ଆଜି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏପରିକି ୩ ମେ’ ପର୍ଯ୍ୟନ୍ତ ସାରା ଦେଶ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହାରି ମଧ୍ୟରେ ଆଜି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କରୋନା ମୁକାବିଲା ଓ ଲକ୍ ଡାଉନ୍ ଅବଧି ବୃଦ୍ଧି କରାଯିବ ନା ନାଇଁ ସେହି ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ।
ଏହା ପୂର୍ବରୁ ମେ’ ୨୪ ତାରିଖ ଦିନ ଦେଶର ସମସ୍ତ ସରପଞ୍ଚଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ ମୋଦି। ଏହାପୂର୍ବରୁ କରୋନା ମୁକାବିଲା ନେଇ ୩ଥର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ ମୋଦି।
ମେ’ ୩ ତାରିଖ ରାତି ୧୨ଟାରେ ଏହି ଅବଧି ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା ହେବା ପରେ ଏହା ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦିଙ୍କ ପ୍ରଥମ ବୈଠକ ହେବ। ଏହି ସମୟରେ ରାଜ୍ୟ ଗୁଡ଼ିକର କରୋନା ସ୍ଥିତି ଉପରେ ମୋଦି ସମସ୍ତଙ୍କ ସହ ଆଲୋଚନା କରିବେ।
Comments are closed.