ଭଲ ଖବର: ୭ ଦିନ ମଧ୍ୟରେ ୮୦ ଜିଲ୍ଲାରେ ନାହିଁ କରୋନା ସଂକ୍ରମଣ ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ମହାମାରୀ କରୋନା ଭାଇରସ ସଂକ୍ରମଣ ଦେଶରେ ବଢ଼ିବାକୁ ଲାଗିଛି। ଏପରିକି ୨୯ ହାଜର ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏପରିକି ୯୦୦ ଟପିଲାଣି କରୋନା ମୃତକଙ୍କ ସଂଖ୍ୟା। ଅପରପକ୍ଷେ ୬୮୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ଏକ ଆଶ୍ବସ୍ତିକର ଖବର।
କରୋନା ମୁକାବିଲା ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶରେ କମୁଛି କରୋନା ସଂକ୍ରମଣ ସଂଖ୍ୟା। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୭ ଦିନ ଧରି ୮୦ଟି ଜିଲ୍ଲାରେ କୌଣସି କରୋନା ମାମଲା ସାମ୍ନାକୁ ଆସିନାହିଁ।
ସେହିପରି ୧୪ ଦିନ ଧରି ୪୭ଟି ଜିଲ୍ଲାରେ କୌଣସି ମାମଲା ପଞ୍ଜିକୃତ ହୋଇନାହିଁ। ୩୯ଟି ଜିଲ୍ଲାରେ ଗତ ୨୧ ଦିନ ମଧ୍ୟରେ କୌଣସି ମାମଲା ରୁଜୁ ହୋଇନାହିଁ। ଏଥି ସହିତ ଗତ ୨୮ ଦିନ ଧରି ୧୭ ଟି ଜିଲ୍ଲାରେ ଗୋଟିଏ ବି କରୋନା ମାମଲା ପଞ୍ଜିକୃତ ହୋଇନାହିଁ।
For the last 14 days, our doubling rate is 8.7, while for the last 7 days, it is 10.2 days. In last 3 days, it is 10.9 days roughly: Dr. Harsh Vardhan, Union Minister of Health while interacting with autonomous Institute of Department of Biotechnology, through video conferencing pic.twitter.com/aLlqt7nt2y
— ANI (@ANI) April 28, 2020
ସୂଚନାଥାଉକି, ଏବେ ସୁଦ୍ଧା ଦେଶରେ ୨୯୪୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୪ ଜଣଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ୬୮୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Comments are closed.