କରୋନା: କେଉଁ ଜିଲ୍ଲାର କେତେ ଆକ୍ରାନ୍ତ ଜାଣନ୍ତୁ

ଭୁବନେଶ୍ବର: ଦିନକୁ ଦିନ କ୍ରମାଗତ ଭାବେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବୃୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକିଛି ଦିନ ହେବ ପ୍ରତିଦିନ ନୂଆ ଆକ୍ରାନ୍ତ ସାମ୍ନାକୁ ଆସୁଛନ୍ତି। ଏପରିକି ରାଜ୍ୟର ୧୧ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷେ ବର୍ତ୍ତମାନ ରାଜ୍ୟର ଚିନ୍ତା ବଢାଇଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ୧୪ ଦିନର କ୍ବାରେଣ୍ଟାଇନରେ ରହିଲାପରେ ମଧ୍ୟ ଲକ୍ଷଣ ଜଣାପଡୁନାହିଁ। ହେଲେ ରକ୍ତ ନମୂନା ପରୀକ୍ଷାରେ କରୋନା ପଜିଟିଭି ଜଣାପଡୁଛି ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏହସହ ରାଜ୍ୟରେ ଏପର୍ଯ୍ୟନ୍ତ ୨୬ ହଜାର ୬୮୭ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ କରୋନା ପଜିଟିଭଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୦ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।
ତେବେ ଜାଣନ୍ତୁ ରାଜ୍ୟର କେଉଁ ଜିଲ୍ଲାର କେତେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋିଛନ୍ତି। ଏବଂ କେତେ ଜଣ ସୁସ୍ଥ ହୋଇଛନ୍ତି।
ଖୋର୍ଦ୍ଧା: ୪୬ ( ସକ୍ରିୟ ରୋଗୀ ୨୦, ୨୫ ସୁସ୍ଥ,୧ ମୃତ)
ଯାଜପୁର: ୧୯(ସକ୍ରିୟ ରୋଗୀ ୧୮, ଜଣେ ସୁସ୍ଥ)
ଭଦ୍ରକ: ୧୯ (ସକ୍ରିୟ ରୋଗୀ ୧୭, ୨ ସୁସ୍ଥ)
ବାଲେଶ୍ଵର: ୧୬ ( ସକ୍ରିୟ ରୋଗୀ ୧୬)
ସୁନ୍ଦରଗଡ଼: ୧୦ (ସକ୍ରିୟ ରୋଗୀ ୭, ୩ ସୁସ୍ଥ)
କେନ୍ଦ୍ରାପଡ଼ା: ୨ (ସକ୍ରିୟ ରୋଗୀ ୧, ସୁସ୍ଥ ୧)
କୋରାପୁଟ: ୧ (ସକ୍ରିୟ ରୋଗୀ ୧)
କଳାହାଣ୍ଡି: ୨( ୨ ସୁସ୍ଥ)
କଟକ: ୦୧ (ସୁସ୍ଥ ୧)
ଢ଼େଙ୍କାନାଳ: ୦୧ (ସୁସ୍ଥ ୧)
ପୁରୀ: ୦୧ ( ସୁସ୍ଥ ୧)
Comments are closed.