୪ ସହରରେ ଆରମ୍ଭ ହେଲା “ଟେଲି ମେଡିସିନ” ସେବା

ଭୁବନେଶ୍ବର: କରୋନା ମହାମାରୀ ପାଇଁ ସାରା ଦେଶ ଲକ୍ଡାଉନ୍। ଫଳରେ ସାରା ଦେଶରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। ଏହି ଲକ୍ଡାଉନ୍ ସମୟରେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଅନେକ ରୋଗୀ ମେଡିକାଲ ଯିବା ଆସିବା ସହଜରେ କରି ପାରୁନାହାନ୍ତି ଏବଂ ସଠିକ୍ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି।
ଏହାକୁ ନଜରରେ ରଖି ବିଭିନ୍ନ ରୋଗରେ ପୀଡିତ ହେଉଥିବା ରୋଗୀମାନେ କିଭଳି ସହଜରେ ସ୍ବାସ୍ଥ୍ୟ ସେବା ପାଇ ପାରିବେ ସେଥିପାଇଁ ରାଜ୍ୟ ସରକାର ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। “ଟେଲିମେଡିସିନ” ନାମକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଡାକ୍ତର ମାନେ ଟେଲିମେଡିସିନ ସେବାର ପୋର୍ଟଲରେ ନିଜ ନାମ ପଞ୍ଜିକରଣ କରିଛନ୍ତି। ବର୍ତ୍ତମାନ ଏହି ଟେଲିମେଡିସିନି କାର୍ଯ୍ୟକ୍ରମରେ ବାଲେଶ୍ବର, ମୟୂରଭଞ୍ଜ, କୋରାପୁଟ ଓ ଭୁବନେଶ୍ବର ସାମିଲ ହୋଇଛି। ପୂର୍ବରୁ ନୟାଗଡ଼ ଜିଲ୍ଲା ସମେତ କିଛି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
କରୋନା ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବିଭିନ୍ନ ରୋଗରେ ପୀଡିତ ଲୋକମାନେ ଡାକ୍ତରଖାନା ନଆସି ଘରେ ରହି କିପରି ସେବା ପାଇପାରିବେ ଏଥିନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି। ସକାଳ ୯ଘଟିକା ଠାରୁ ଅପରାହ୍ନ ୧ଟେ ପର୍ଯ୍ୟନ୍ତ ୧୦ଟି ବିଭାଗର ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି। ରୋଗୀମାନେ ଫୋନ ଜରିଆରେ ବା ହ୍ବାଟସଅପ୍ ଭଏସ୍ କଲ୍ ଓ ଭିଡିଓ କଲ୍ ଜରିଆରେ ସେବା ପାଇପାରିବେ।
Telemedicine services have started at Balasore, Mayurbhanj, Koraput & Bhubaneswar. Stay at home & consult Doctors over #WhatsApp voice & video calls.
Time: 9 AM to 1 PM#OdishaFightsCorona pic.twitter.com/9pU47eZzGL
— H & FW Dept Odisha (@HFWOdisha) April 29, 2020
Comments are closed.