ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ସୂଚନା ମିଳିଛି। ଫଳରେ ରାଜ୍ୟରେ ମୋଟ ୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୧୧୯ ନଂ ଆକ୍ରାନ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ବୋଲି ସୂଚନା ମିଳିଛି। ଏହି ବ୍ୟକ୍ତିଙ୍କର ବୟସ ୭୭ ବର୍ଷ। ସେ ୪୧ ନଂ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ପ୍ରକିୟା ଆରମ୍ଭ କରିଛନ୍ତି ସରକାର। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି।
First Health Update, 29tth April, 2020
One positive in Bhubaneswar
77 Yrs MaleMadhusudan Nagar
Close relative of Case No. 41(Contact tracing and follow-up action is being done.)
Total Positive Case: 119
— I & PR Department, Odisha (@IPR_Odisha) April 29, 2020
ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪୨୧ଟି ସାମ୍ପଲ୍ ଟେଷ୍ଟ ହୋଇଛି। ଏଯାବତ୍ ମୋଟ୍ ୨୯ ହଜାର ୧୦୮ଟି ସାମ୍ପଲ୍ ଟେଷ୍ଟ ହେଲାଣି। ରାଜ୍ୟରେ ଆଜି ସକାଳ ସୁଦ୍ଧା ୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୩୮ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୮୦ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.