ଅନଲାଇନ୍ କ୍ଲାସ୍ ମାଧ୍ୟମରେ ଆଇନ୍ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ
ଭୁବନେଶ୍ବର: ଲକ୍ଡାଉନ୍ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ବିଶ୍ବବିଦ୍ୟାଳୟ, କୋଚିଂ ସେଣ୍ଟର ଗୁଡ଼ିକ ବନ୍ଦ ରହିଛି। ଲକ୍ଡାଉନ୍ ପାଇଁ ସରକାରଙ୍କର ଓପିଏସ୍ସି ଦ୍ବାରା ପରିଚାଳିତ ହେଉଥିବା ଓଡ଼ିଶା ଜୁଡିସିଆରୀର ଲିଖିତ ପରୀକ୍ଷା ବି ସ୍ଥଗିତ ରହିଛି।
ତେଣୁ ଏହି ଲକ୍ଡାଉନ୍ ସମୟରେ ସାଧାରଣତଃ ଆଇନ୍ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ଶିକ୍ଷାଲାଭ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ଭୁବନେଶ୍ବରର ଦି ଲ ଏକାଡେମୀର ମନୋଜ କୁମାର ଦାସ ଆଇନ୍ ଛାତ୍ରଛାତ୍ରୀଙ୍କ ପାଇଁ ମୋବାଇଲ୍ ଆପ୍ ମାଧ୍ୟମରେ ଅନ୍ଲାଇନ୍ କ୍ଲାସର ସୁଯୋଗ ସୃଷ୍ଟି କରିଛନ୍ତି।
ସାରା ଓଡ଼ିଶାର ବିଭିନ୍ନ ଲ କଲେଜ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ଅନଲାଇନ୍ କ୍ଲାସରେ ଯୋଗ ଦେଉଛନ୍ତି। ବର୍ତ୍ତମାନ ପାଖାପାଖୀ ୯୫ ଜଣ ଛାତ୍ରଛାତ୍ରୀ ଏହି ଅନଲାଇନ୍ କ୍ଲାସରେ ଯୋଗ ଦେଉଛନ୍ତି। ଦିନକୁ ଦିନ ଏହି ଅନ୍ଳଲାିନ୍ କ୍ଲାସରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଛାତ୍ରଛାତ୍ରୀ ମାନେ ମତ ଦେଉଚନ୍ତି ଯେ ଏହି ଲକ୍ଡାଉନ୍ ଏହି ଅନଲାଇନ୍ କ୍ଲାସ ସେମାନଙ୍କ ପାଇଁ ବହୁତ ଉପାଦେୟ ହେୁଛି। ଏଭଳି ପ୍ରଚେଷ୍ଟା ମନୋଜ କୁମାର ଦାସ କରିଥିବାରୁ ସାଧାରଣ ମହଲରେ ପ୍ରଶଂସା କରିଛନ୍ତି ଜନସାଧାରଣ।
Comments are closed.