ପୁରୀ ବେଳାଭୂମିରେ ଇର୍ଫାନ୍ଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ପ୍ରସିଦ୍ଧ ଅଭିନେତା ଇର୍ଫାନ୍ ଖାନଙ୍କ ବିୟୋଗରେ ଆଜି ସାରା ଭାରତ ସ୍ତବ୍ଧ। ବଲିଉଡ ରୁ ଆରମ୍ଭକରି ହଲିଉଡ ପର୍ଯ୍ୟନ୍ତ ଇର୍ଫାନଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି। ଆଜି ୫୩ ବର୍ଷ ବୟସରେ ଇର୍ଫାନ୍ ଖାନ୍ଙ୍କର ପରଲୋକ ହୋଇଛି। ସେ ଗତ ମଙ୍ଗଳବାର ଦିନ କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ହେଲେ ଇର୍ଫାନ୍ ଖାନଙ୍କ ବିୟୋଗକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସିନେ ପ୍ରେମୀ। ଇରଫାନ୍ଙ୍କୁ ସୋଶିଆଲ ମିଡିଆରେ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଚନ୍ତି। ଏଭଳିକି ଆଜି ଦିନ ତମାମ ଇର୍ଫାନ୍ଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଏହାରି ମଧ୍ୟରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏହି ପ୍ରଖ୍ୟାତ ଅଭିନେତାଙ୍କୁ ସୁନ୍ଦର ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ପୁରୀ ବେଳାଭୂମିରେ ଇରଫାନଙ୍କ ଏକ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକାକଳାରେ ସେ ଲେଖିଛନ୍ତି ‘ମିସ୍ ୟୁ ଇର୍ଫାନ୍’ ଲେଖିଥିବାର ଦେଖିବାକୁ ମିଳିଛି।
"…..not taking a moment to say Goodbye" .
Sandy tribute to the legendary Bollywood Actor #IrrfanKhan . My SandArt at Puri beach in Odisha. pic.twitter.com/xxLUikjtXk— Sudarsan Pattnaik (@sudarsansand) April 29, 2020
ନିକଟରେ ଇର୍ଫାନ୍ଙ୍କ ମା’ଙ୍କର ଜୟପୁରରେ ମୃତ୍ୟୁ ହୋଇଥିଲା। ଇର୍ଫାନ୍ ତାଙ୍କ ମା’ଙ୍କ ଶେଷ ଦର୍ଶନ କରିପାରି ନ ଥିଲେ। ଦେଶବ୍ୟାପୀ ଲକ୍ ଲକ୍ଡାଉନ୍ ଯୋଗୁ ଓ ଇର୍ଫାନ୍ ତାଙ୍କ ମାଆଙ୍କ ଶେଷ ଦର୍ଶନ କରିପାରି ନ ଥିଲେ। ପରିବାର ଲୋକଙ୍କୁ ଭିଡିଓ କଲ୍ କରି ଶରୀର ଅସୁସ୍ଥ ଥିବା ଥିବା ମଧ୍ୟ ଜଣାଇଥିଲେ।
କିଛି ଦିନ ତଳେ ଇର୍ଫାନ୍ ମାରାତ୍ମକ ରୋଗ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର୍ ରୋଗରୁ ସୁସ୍ଥ ହୋଇଥିଲେ। ମଝିରେ ମଝିରେ ତାଙ୍କୁ ମେଡିକାଲ୍ ଚେକ୍ଅପ୍ କରାଇବାକୁ ପଡ଼ୁଥିଲା। ଏଥିପାଇଁ ସେ ଗୋଟିଏ ବର୍ଷ ବଲିଉଡ୍ରୁ ଦୂରେଇ ରହିଥିଲେ। ଅସୁସ୍ଥତା କାରଣରୁ ୨୦୨୦ରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ୍’ର ପ୍ରମୋସନ୍କୁ ମଧ୍ୟ ସେ ଯାଇପାରି ନଥିଲେ। ଏହି ଫିଲ୍ମ ସୁଟିଂ ବେଳେ ବି ସେ ଲଣ୍ଡନ୍ରେ ରହି ଚିକିତ୍ସିତ ହେଉଥିଲେ।
ଇର୍ଫାନ୍ଙ୍କ ଅକାଳ ବିୟୋଗକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।
Comments are closed.