ଭଲ ଖବର: କମିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ଓ ଲକ୍ଡାଉନ୍ ମଧ୍ୟରେ ଜନସାଧାରଣଙ୍କ ପାଇଁ ଭଲ ଖବର। କାରଣ ଆଜିଠୁ ୧୯ କେଜି ସ ୧୪.୨ କିଲୋଗ୍ରାମ ବିନା-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ଦାମ କମିଛି। ଦେଶର ତୈଳ କମ୍ପାନୀ ମାନେ ପ୍ରତ୍ୟେକ ମାସର ଆରମ୍ଭରୁ ଏଲପିଜି ସିଲିଣ୍ଡରର ଦରଦାମ ସମୀକ୍ଷା କରିଥାନ୍ତି। ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ଟ୍ୟାକ୍ସ୍ ଲାଗୁ ହୋଇଥାଏ ଏବଂ ଏହି ହିସାବରେ ସବୁ ରାଜ୍ୟରେ ଏଲପିଜି ଦାମ ନିର୍ଦ୍ଧାରିତ ହୋଇଥାଏ।
ଦେଶର ତୈଳ ମାର୍କେଟିଂ କମ୍ପାନୀଗୁଡିକ ଯଥା ଏଚପିସିଏଲ, ବିପିସିଏଲ ଓ ଏଲଓସି ବିନା ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ୧୪.୨ କିଲୋଗ୍ରାମର ବିନା-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ଦାମ ଦିଲ୍ଲୀରେ ଏବେ ୧୬୨.୫ ଟଙ୍କା ଶସ୍ତା ହୋଇଛି। ଏବେ ଏଲପିଜି ସିଲିଣ୍ଡର ଗ୍ୟାସର ମୂଲ୍ୟ ୫୮୧.୫୦ ଟଙ୍କା ରହିଛି ସେହି ହିସାବରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୨୫୬ ଟଙ୍କା ହ୍ରାସ ପାଇଁ ୧୦୨୯.୫୦ ଟଙ୍କା ହୋଇଛି। ଏହି କ୍ରମରେ ଗ୍ୟାସ ସିଲିଣ୍ଡର କୋଲକାତାରେ ୫୮୪.୫୦ ଟଙ୍କା, ମୁମ୍ବାଇରେ ୫୭୯.୦୦ ଟଙ୍କା, ଚେନ୍ନାଇରେ ୫୬୯.୫୦ ଟଙ୍କାକୁ ହ୍ରାସ ପାଇଛି।
Comments are closed.