କରୋନାଠୁ ବଳିଲା ଅନାହାର, ପିଲାଙ୍କ ପାଇଁ ପଥର ରୋଷେଇ କଲେ ମା’

ଓଏଲ୍ ବ୍ୟୁରୋ: ମହାମାରୀ କରୋନା ପାଇଁ ମଣିଷ ସମାଜ ଚିନ୍ତାରେ। ଦିନକୁ ଦିନ ଏହି ଭାଇରସ୍ ତାର ଭୟାବହତା ଦେଖାଉଛି। ଏପରିକି କରୋନା ପାଇଁ ଜୁଝି ହେଉଛି ମଣିଷ ଜାତି। ଏହାରି ମଧ୍ୟରେ କିଛି ସ୍ଥାନରେ କରୋନା ସଙ୍କଟରୁ ଭୋକ ଜ୍ବଳା ଅଧିକ ଦେଖିବାକୁ ମଳିଛି।
କେନିୟା ବିଶ୍ବର ସବୁଠୁ ଗରିବ ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ। ସେହିଠାରେ ମଧ୍ୟ କରୋନା ଭାଇରସ୍ ପାଇଁ ସାରା ଦେଶ ଲକ୍ଡାଉନ୍ ହୋଇଛି। କରୋନା ଭାଇରସ୍ ଓ ଲକ୍ଡାଉନ୍ କାରଣରୁ କେନିୟାରେ ଲକ୍ଷେ ଲୋକଙ୍କ ରୋଜଗାର ଠପ୍ ହୋଇ ଯାଇଛି। ଫଳରେ ଗରିବ ଲୋକ କରୋନା ସଙ୍କଟ ସହ ଅନାହାରର ସାମ୍ନା କରୁଛନ୍ତି। କେନିୟାରେ କରୋନା ସଙ୍କଟଠାରୁ ବଳି ଅନାହାରର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଯେ କେହି ବି ଏ ଦୃଶ୍ୟ ଦେଖିବ ଆଖିରେ ଲୁହ ଆସିଯିବ।
ବାସ୍ତବରେ ଗୋଟିଏ ପରିବାରେ ପାଖରେ କିଛି ଖାଇବାକୁ ନଥିଲା। ସେତେବେଳେ ପିଲାଙ୍କ ମନ ବୁଝାିବାକୁ ମା ପଥର ପକେଇ ରାନ୍ଧିବାର ଅଭିନୟ କରିଥିଲା। ପିଲାମାନେ ଭାବୁଥିଲେ ଯେ ଖାଦ୍ୟ ପ୍ରସ୍ତୁତ ହେଉଛି। ସେଥିପାଇଁ ଅପେକ୍ଷା କରି କରି ଶୋଇ ପଡ଼ିଥିଲେ।
ପେନିନା ବାହାନି ଟାଓ ନାମକ ଜଣେ ମହିଳା ତାଙ୍କର ଆଠଟି ସନ୍ତାନ ସହିତ କେନିୟାରେ ବସବାସ କରନ୍ତି। ପୂର୍ବରୁ ପେନିନାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲେ। ପେନିନା ଅଶିକ୍ଷିତ ସେଥିପାଇଁ ଲୋକଙ୍କ ପୋଷାକ ଧୋଇ ନିଜ ପରିବାର ଚଳାନ୍ତି। ହେଲେ କରୋନା ପାଇଁ ସେ ଘରୁ କୁଆଡେ ଯାଇ ପାରୁନଥିବା ବେଳେ ତାଙ୍କ ପାଖେ କୌଣସି କାମ ମଧ୍ୟ ନାହିଁ। ଯେତକ ବି ରୋଜଗାର କରିଥିଲେ ତାହା ମଧ୍ୟ ଶେଷ ହୋଇଯାଇଛି।
ଫଳରେ ନିଜ ପିଲାମାନଙ୍କୁ ଦି ଓଳି ଖାଇବାକୁ ଦେବାକୁ ମଧ୍ୟ ତାଙ୍କ ପାଖେ ସମ୍ବଳ ନଥିଲା। ଏପରିକି କରୋନାର ଏହି ସଙ୍କଟ ସମୟରେ ପେନିନାଙ୍କୁ ନିଜ ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ତାଙ୍କ ପାଖେ କିଛି ନଥିଲା। ତେଣୁ ସେ ପିଲାମାନଙ୍କ ମନ ବୁଝାଇବା ପାଇଁ ପଥର ଫୁଟାଇବା ରୋଷଇ ଆରମ୍ଭ କଲେ। ପିଲାମାନେ ଖାଦ୍ୟ ପ୍ରସ୍ତୁତ ହେଉଥିବା ଦେଖି ଖୁସି ହେଲେ। ଏପରିକି ପିଲାମାନେ ଖାଦ୍ୟ ଅପେକ୍ଷା କରି କରି ଶୋଇପଡିଥିଲେ।
ପେନିନାଙ୍କ ପଡ଼ୋଶୀ ପ୍ରିସ୍କା ମୋମାନି ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଗଣମାଧ୍ୟମକୁ ଏହା ବିଷୟରେ ଜଣାଇଛନ୍ତି। ବାସ୍ତବରେ, ଯେତେବେଳେ ପିଲାମାନେ କାନ୍ଦୁଥିଲେ, ସେମାନଙ୍କର ସ୍ୱର ଶୁଣିବା ପରେ ପ୍ରିସ୍କା ବାହାରକୁ ଆସିଥିଲେ। କିନ୍ତୁ ଯେତେବେଳେ ସେ ପଥର ଫୁଟୁଥିବାର ଦେଖିଲେ, ସେତେବେଳେ ସେ ଏହାକୁ ଅଟକାଇ ପାରିଲେ ନାହିଁ । ପେନାନୀଙ୍କ ଏହି କାହାଣୀ ଶୁଣି ସେଠାରେ ଥିବା ଲୋକମାନେ ଟଙ୍କା ସଂଗ୍ରହ କରିଥିଲେ ଏବଂ ତାଙ୍କୁ ରାସନ ମଧ୍ୟ ଦେଇଥିଲେ।
କେନିୟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୫ରେ ପହଁଞ୍ଚିଛି। କରୋନା ପାଇଁ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ସେଥିପାଇଁ ସାରା ଦେଶ ଲକ୍ଡାଉନ୍ ହୋଇଛି।
Comments are closed.