କରୋନା: ରାଜ୍ୟରେ ୧୫୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୫୪ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଯାଜପୁରରୁ ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। ୫ ଆକ୍ରାନ୍ତଙ୍କ ମଧ୍ୟରେ ୨୮, ୫୬ ଓ ୬୩ ବର୍ଷୀୟ ୩ ପୁରୁଷ ଥିବାବେଳେ ୨୪ ଓ ୬୦ ବର୍ଷୀୟ ୨ ମହିଳା ଅଛନ୍ତି। ଫଳରେ କେବଳ ଯାଜପୁରରେ ୪୫ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
ରାଜ୍ୟରେ ବର୍ତ୍ତମାନ ୧୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୫ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ୯୮ ଜଣ ଆକ୍ରାନ୍ତ ରାଜ୍ୟର ବିିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
First Health Update, 2nd May
5 New Positives in Jajpur28 yr Male, 56 yr Male, 63 yr Male
24 yr Female & 60 yr Female
(Both contacts of positive case)(All Kolkata returnees. All asymptomatic. All in quarantine)
Contact tracing & followup action is being done.
Tota case: 154
— I & PR Department, Odisha (@IPR_Odisha) May 2, 2020
Comments are closed.