ପିଏମ କେୟାର୍ସ ଫଣ୍ଡକୁ ନେଇ ପ୍ରଶ୍ନ କଲେ ପ୍ରିୟଙ୍କା, କହିଲେ..

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏପର୍ଯ୍ୟନ୍ତ ଦେଶରେ ୩୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି କେନ୍ଦ୍ର ସରକାର ୩ୟ ଥର ପାଇଁ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି। ଏହାରି ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶନିବାର କହିଛନ୍ତି ସାଧାରଣ ଲୋକଙ୍କଠୁ କରୋନା ଭାଇରସ୍ ଲଢେଇରେ ଯୋଗଦାନ ରୂପେ ଟଙ୍କା ନିଆଯାଉଛି। ତେଣୁ ପିଏମ କେୟାର୍ସ ଫଣ୍ଡରେ ଜମା ହେଉଥିବା ପଇସାର ଅଡିଟ୍ ହେବା ଉଚିତ୍।
କଂଗ୍ରେସର ଉତ୍ତର ପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଟୁଇଟ୍ କରି କହିଛନ୍ତି ଯେ, ଏକ ପରାମର୍ଶ: ଜନତା ତ୍ରାହିମାମ ଡାକୁଛନ୍ତି। ରାସନ, ପାଣି, ନଗଦ ଅର୍ଥର ଅଭାବ ରହିଛି। ସରକାରୀ ଅଧିକାରୀ ସମସ୍ତଙ୍କୁ ୧୦୦-୧୦୦ ଟଙ୍କା ପିଏମ କେୟାର୍ସ ପାଇଁ ଆଦାୟ କରୁଛନ୍ତି। ତେଣୁ ପିଏମ କେୟାର୍ସ ଫଣ୍ଡର ସରକାରୀ ଅଡିଟ୍ ହେବା ମଧ୍ୟ ଉଚିତ୍। ଦେଶରୁ ପଳାୟନ କରିଥିବା ବ୍ୟାଙ୍କ ଚୋରଙ୍କ ୬୮,୦୦୦ କୋଟି ଟଙ୍କାର ହିସାବ ହେବା ଉଚିତ୍। ସଙ୍କଟ ସମୟରେ ଜନତାଙ୍କ ସାମ୍ନାରେ ପାରଦର୍ଶିତା ବହୁତ ମହତ୍ଵପୂର୍ଣ୍ଣ। ଏଥିରେ ଜନତା ଏବଂ ସରକାରଙ୍କ ଉନ୍ନତି ହେବ। ବୋଲି ପ୍ରିୟଙ୍କା କହିଛନ୍ତି।
एक सुझाव:
जब जनता त्राहिमाम कर रही है। राशन, पानी, नकदी की किल्लत है। और सरकारी महकमा सबसे सौ सौ रुपए पीएम केयर के लिए वसूल रहा है तब हर नजरिए से उचित रहेगा कि पीएम केयर की सरकारी ऑडिट भी हो?
देश से भाग चुके बैंक चोरों के 68,000 करोड़ माफ हुए उसका हिसाब होना चाहिए।..1/2 pic.twitter.com/NLnA27CmR3
— Priyanka Gandhi Vadra (@priyankagandhi) May 2, 2020
Comments are closed.