ସାରା ଓଡ଼ିଶାରେ ଖୋଲା ରହିବ ମଦ ଓ ପାନ ଦୋକାନ

ନୂଆଦିଲ୍ଲୀ: ମେ ୪ ତାରିଖ ଠାରୁ କେବଳ ଗ୍ରୀନ୍ ଜୋନ୍ରେ ମଦ ଓ ପାନଗୁଟଖା ଦୋକାନ ଖୋଲା ରହିବ ବୋଲି ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଥିବା ବେଳେ ଆଜି ଏହାକୁ କୋହଳ କରିଛନ୍ତି। ଦେଶର ସମସ୍ତ ଜୋନ୍ରେ, ଅର୍ଥାତ୍ ରେଡ୍, ଅରେଞ୍ଜ୍ ଓ ଗ୍ରୀନ୍ ଜୋନ୍ରେ ମଦ ଦୋକାନ ଖୋଲିପାରିବ ବୋଲି ଗୃହ ମନ୍ତ୍ରାଳୟ ଅନୁମତି ଦେଇଛନ୍ତି।
ଏହା ଲାଗୁ ହେଲେ ସାରା ରାଜ୍ୟରେ ମଦ ଦୋକାନ ଖୋଲା ରହିବ। ତେବେ ଆବଦ୍ଧାଞ୍ଚଳ (Containment Zone)ରେ ଏହି କୋହଳ ନୀତି କାମ କରିବ ନାହିଁ। କେବଳ ଏକକ ଦୋକାନଗୁନିକ ଖୋଲା ରହିବ। ମାର୍କେଟ୍ କମ୍ପ୍ଳେକ୍ସ ଓ ମଲ୍ ଭିତରେ ଥିବା ମଦ ଦୋକନ ଓ ପାନ ଗୁଟଖା ଦୋକାନ ଖୋଲିପାରିବ ନାହିଁ। ଖୋଲୁଥିବା ଦୋକାନରେ ୬ ଫୁଟ ଦୂରତା ବଜାୟ ରହିବ। ଏକକାଳୀନ ୫ରୁ ଅଧିକ ଗ୍ରାହକ ଦୋକାନକୁ ପ୍ରବେଶ କରିପାରିବେ ନାହିଁ। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ମଦ ଓ ପାନଗୁଟଖା ଦୋକାନ ଖୋଲିବା ନେଇ ରାସ୍ତା ସଫା ହୋଇଛି। ତେବେ ଓଡ଼ିଶା ସରକାର ଏହା ଲାଗୁ କରିବେ କି ନାହିଁ ଏଯାଏଁ ସ୍ପଷ୍ଟ କରିନାହାନ୍ତି।
Comments are closed.