ଚାନ୍ଦପୁର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ‘୫’-ଟି ସଚିବ ଓ ଉନ୍ନୟନ କମିଶନର

ନୟାଗଡ଼: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ ନିର୍ମାଣ କରିଛନ୍ତି। ସମସ୍ତ ଜିଲ୍ଲାରେ କୋଭିଡ଼ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଠିକ ଭାବେ ହେଉଛିକି ନାହିଁ ଏବଂ ଜିଲ୍ଲାର ସ୍ଥିତି ପରଖୁଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ।
ଏହି ପ୍ରରିପେକ୍ଷୀରେ ଆଜି ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଠାରେ ରେ ଥିବା କୋଭିଡି ହସ୍ପିଟାଲ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍, ଉନ୍ନୟନ କମିଶନର୍ ସୁରେଶ ମହାପାତ୍ର। ଚାନ୍ଦପୁର ସ୍ଥିତ କୋଭିଡି ହସ୍ପିଟାଲରେ ଦୁଇଶହ ଶଯ୍ୟା, ଦଶଟି ଆଇ.ସି.ୟୁ ଓ ଭେଣ୍ଟିଲେଟର ର ବ୍ୟବସ୍ଥା କରାଯାଇଛି। ଏହି କୋଭିଡି ହେଲଥ୍ ସେଣ୍ଟର ପରିଦର୍ଶନ ସ୍ଥିତି ଅନୁଧ୍ୟାନ କରି ଉନ୍ନୟନ ସଂପର୍କରେ ସମୀକ୍ଷା କରିଛନ୍ତି ବୋଲି ଜଣା ପଡ଼ିଛି।
ଏହା ବ୍ୟତିତ ଅନ୍ୟାନ୍ୟ ପ୍ରସଙ୍ଗରେ ଜିଲ୍ଲାପାଳ ପୋମା ଟୁଡୁ ଓ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲେଚନା ଭିକେ ପାଣ୍ଡିଆନ୍ ଆଲୋଚନା କରିଥିବା ଜଣାପଡ଼ିଛି।
Comments are closed.