କରୋନା: ଆଉ ୧୦ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ୨୧୯

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସନ୍ଧ୍ୟାରେ ଆଉ ୧୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଁଞ୍ଚିଛି।
ଚିହ୍ନଟ ହୋଇଥିବା ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଆକ୍ରାନ୍ତ ଗଞ୍ଜାମର ହୋଇଥିବା ବେଳେ ୩ ଆକ୍ରାନ୍ତ ଭୁବନେଶ୍ବର। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୪୩, ୪୮, ୨୫, ୨୯, ୩୯, ୨୫ ଓ ୬୦ ବର୍ଷ। ଏହି ସମସ୍ତ ଆକ୍ରାନ୍ତ ଏମାନେ ସମସ୍ତେ ସୁରତରୁ ଫେରିଛନ୍ତି। ଗଂଜାମରେ ଆଜି ସକାଳୁ ମଧ୍ୟ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଯାଏଁ ଗଂଜାମ ଜିଲ୍ଲାରୁ ମୋଟ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି।
ସେହିଭଳି ଭୁବନେଶ୍ୱରରୁ ଆଜି ସନ୍ଧ୍ୟାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନେ ହେଲେ ମଞ୍ଚେଶ୍ବର ଅଞ୍ଚଳର ୩୬ ବର୍ଷୀୟ ପୁରୁଷ, ଭିଏସ୍ଏସ୍ ନଗର ଅଞ୍ଚଳର ୩୪ ବର୍ଷୀୟ ପୁରୁଷ ଓ ସୂର୍ଯ୍ୟନଗର ଅଞ୍ଚଳର ୬୭ ବର୍ଷୀୟ ବୃଦ୍ଧ। ଖୋର୍ଦ୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ଜୀବନ ହାରିଛନ୍ତି।
Comments are closed.