କରୋନା: ରାଜ୍ୟରେ ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସକାଳ ସୁଦ୍ଧା ରାଜ୍ୟରେ ନୂଆ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୧୭ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଆଉ ୩ ଜଣ ଆକ୍ରାନ୍ତ ମୟୂରଭଞ୍ଜ ଜିଲ୍ଲାର। ଫଳରେ ରାଜ୍ୟରେ ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ରାଜ୍ୟରେ ୨୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗଞ୍ଜାମରେ ଚିହ୍ନଟ ହୋଇଥିବା ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା। ବର୍ତ୍ତମାନ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଁଞ୍ଚିଛି। ସେହିପରି ମୟୂରଭଞ୍ଜରେ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ ପୁରୁଷ ବୋଲି ସୂଚନା ଦେିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏଥିସହିତ ପ୍ରଥମଥର ମୟୂରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଓ ସମସ୍ତେ କ୍ବାରେଣ୍ଟାଇନରେ ଥିଲେ ବୋଲି ରାଜ୍ୟ ସରକାର ସୂୂଚନା ଦେଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ୨୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୧ ଜଣ ସୁସ୍ଥ ହୋଇଛନ୍ତି। ୧୪୨ ଜଣ ସକ୍ରିୟ ରୋାଗୀ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ୧୮ଟି ଜିଲ୍ଲାକୁ କରାେନା ସଂକ୍ରମଣ ବ୍ୟାପିଛି।
ବର୍ତ୍ତମାନ ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ପଶ୍ଚିବବଙ୍ଗ ଫେରନ୍ତା ଚିନ୍ତା ବଢ଼ାଇ ସାରିଥିବା ବେଳେ ବର୍ତ୍ତମାନ ସୁରତ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି।
First Health Update, 7th May
17 New positives in Ganjam
All male, Age: 27, 27, 20, 38, 23, 29, 50, 30, 29, 21, 43, 43, 39, 46, 18, 24 & One Female, 20 yrs
3 Positive cases in Mayurbhanj
All Male, Age: 21, 36 & 44(Surat returnees. In quarantine)
Total Positive Case: 205
— I & PR Department, Odisha (@IPR_Odisha) May 7, 2020
Comments are closed.