Odisha Link
Bridging the Missing Links in Odisha

କରୋନା: ୩୯ ଜଣ ଗୁଜୁରାଟ ଫେରନ୍ତା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ୩୦ ହଜାରରୁ ଅଧିକ ଗୁଜୁରାଟ ଫେରନ୍ତା ଏବେ ବିଭିନ୍ନ କ୍ବାରାଣ୍ଟିନ୍‌ ସେଣ୍ଟରରେ ଥିବା ବେଳେ ଏଯାବତ ଏମାନଙ୍କ ମଧ୍ୟରୁ ୩୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ସରକାର ସୂଚନା ଦେଇଛନ୍ତି। ମାତ୍ର ୫ ଦିନ ମଧ୍ୟରେ ୩୯ ଗୁଜରାଟ ଫେରନ୍ତା ଆକ୍ରାନ୍ତ ହୋଇଥିବା ବେଳେ କେବଳ ଗଞ୍ଜାମରେ ୨୮ ଜଣ ଆକ୍ରାନ୍ତ ହୋଇଛନ୍ତି।

ମେ ୩ ତାରିଖରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ୨ ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିଥିବା ବେଳେ ସେହି ଜିଲ୍ଲାରୁ ମେ ୫ ଓ ୬ ତାରିଖରେ ଆଉ ଦୁଇଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ଆଜି (ମେ ୭) ଗୋଟିଏ ଦିନରେ ଗଞ୍ଜାମରୁ ଆଉ ୨୪ ଜଣ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି।

୭ ମେ ୨୦୨୦ ସୁଦ୍ଧା ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ
ଗଞ୍ଜାମ ୨୮
ଜଗତସିଂହପୁର ୫
ମୟୁରଭଞ୍ଜ ୪
କଟକ ୧
ବାଲେଶ୍ବର ୧

Comments are closed.