ବିଷାକ୍ତ ଗ୍ୟାସ୍ ଲିକ୍: ୭ ମୃତ, ୧୭୦ ଲୋକ ମେଡିକାଲରେ ଭର୍ତ୍ତି

ବିଶାଖାପାଟଣା: ଆଜି ସକାଳୁ ଆନ୍ଧ୍ର ପ୍ରଦେଶର ବିଶାଖାପଟଣା ଏକ କେମିକାଲ ପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଫଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଶତାଧିକ ଲୋକ ଅସୁସ୍ଥ ହୋଇଥିବା ଖବର ମିଳିଛି।
ସୂଚନାମୁତାବକ ଗୁରୁବାର ଭୋର ସମୟରେ ଗୋପାଳପଟ୍ଟନମ୍ ପାଖ ଭେପାଗୁଣ୍ଟାରେ ଥିବା ‘ଏଲ୍ଜି ପଲିମରର୍ସ’ କାରଖାନାରୁ ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା। ଏହି ଗ୍ୟାସ୍ ଲିକ୍ ହେବାଫଳରେ ଲୋକଙ୍କକ ଆଖିରେ ପ୍ରଥମେ ପୋଡାଜଳା ହେବା ସହ ଶ୍ଵାସ ନେବାରେ ଅସୁବିଧା ହେବା ଦେଖାଦେଇଥିଲା। ଏହାପରେ ଲୋକମାନଙ୍କୁ ମେଡିକାଲ ନିଆଯାଇଥିଲା।
ଏହି ଘଟଣା ସାମ୍ନାକୁ ଆସିଲା ପରେ ପୁଲିସ, ଅଗ୍ନିଶମ ବାହିନୀ ଓ ନୌସେନାର କର୍ମଚାରୀମାନେ ରେସକ୍ୟୁ ଅପରେସନ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ସମସ୍ତ ଗାଁକୁ ଖାଲି କରିଦିଆଯାଇଛି। କାରଖାନାରୁ ଲିକ୍ ହୋଇଥିବା ଗ୍ୟାସ ପ୍ରାୟ ୩ କିଲୋମିଟର ଯାଏଁ ବ୍ୟାପିଥିବା ଜଣାପଡିବା ପରେ ୫ ଟି ଗାଁକୁ ଖାଲି କରାଯାଇଛି। ଏଥି ସହିତ ସୁରକ୍ଷା ଦୃଷ୍ଟିରୁ ସେ ଅଞ୍ଚଳ ଆଖପାଖରେ ବସବାସ କରୁଥିବା ଲୋକମାନଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି।
Comments are closed.