କରୋନା: କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ରାଜ୍ୟରେ ୨୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ରାଜ୍ୟର ୧୮ଟି ଜିଲ୍ଲ୍ୟାକୁ ବ୍ୟାପିଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଜିଲ୍ଲାୱାରୀ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ଯଥାକ୍ରମେ, ଯାଜପୁର- ୫୫, ଖୋର୍ଦ୍ଧା-୪୭, ବାଲେଶ୍ୱର-୨୫, ଭଦ୍ରକ-୨୧, ଗଞ୍ଜାମ-୨୧ ସୁନ୍ଦରଗଡ଼-୧୨, ଜଗତସିଂହପୁର – ୪, କେନ୍ଦ୍ରାପଡ଼ା-୩, ମୟୂରଭଞ୍ଜ-୩ ବଲାଙ୍ଗୀର-୨,କଟକ-୨, କଳାହାଣ୍ଡି-୨, କେନ୍ଦୁଝର-୨, ଝାରସୁଗୁଡ଼ା-୨, କୋରାପୁଟ-୧, ପୁରୀ-୧, ଢ଼େଙ୍କାନାଳ-୧ ଓ ଦେବଗଡ଼-୧ ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ନମୁନା ପରୀକ୍ଷା ସଂଖ୍ୟା ୫୦ହଜାର ଟପିଥିବା ଜଣାଯାଇଛି। ଗତକାଲି ଦିନକରେ ୩୦୬୦ ନମୁନା ପରୀକ୍ଷା ହୋଇଥିଲା। ଏହାଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ହଜାର ୫୧୪ ନମୁନା ପରୀକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.