ଭଲ ଖବର: ଦେଶରେ ୧୫ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍ଡାଉନ୍। ବର୍ତ୍ତମାନ ସାରା ଦେଶରେ ୩ୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଛି। ହେଲେ କିଛି ଦିନ ହେବ କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୫୨ ହଜାର ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୩୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୮୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏପରିକି ବିଗତ ୩ଦିନ ମଧ୍ୟରେ ଦେଶରେ ୧୦ ହଜାରରୁ ଉର୍ଦ୍ଧ୍ବ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୯୫୨ରେ ପହଁଞ୍ଚିଛି। ସେମଧ୍ୟରୁ ୧୭୮୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୩୫,୯୦୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଏପର୍ଯ୍ୟନ୍ତ ୧୫,୨୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାକି ଏକ ଆଶ୍ବସ୍ତିକର ଖବର। ବିଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହାର ୨୮.୮୩ ପ୍ରତିଶତ ରହିଥିବା ସୂଚନା ରହିଛି।
Comments are closed.