କରୋନା: ସୁସ୍ଥ ହେଲେ ଆଉ ଜଣେ
ଭୁବନେଶ୍ବର: ଆଜି ଦିନକରେ ଏପର୍ଯ୍ୟନ୍ତ ୨୧ ଜଣ କରୋନା ରୋଗୀ ଚିହ୍ନଟ ହାଇଛନ୍ତି। ଅପରପକ୍ଷେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର। କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।
ରାଜ୍ୟରେ ଏଯାବତ୍ କରୋନାରୁ ସୁସ୍ଥ ହେଲେଣି ମୋଟ୍ ୬୨ ଜଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଦିନକରେ ରାଜ୍ୟରେ ନୂଆ ୨୧ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଛି।
One more Covid patient from Bhubaneswar has recovered and tested negative for #COVID19.
The recovered cases of #Odisha now stand at 62.
— H & FW Dept Odisha (@HFWOdisha) May 7, 2020
Comments are closed.