୩ ରିପବ୍ଲିକ୍ ଟିଭି ସାମ୍ବାଦିକଙ୍କୁ କରୋନା !
ମୁମ୍ବାଇ: ମୁମ୍ବାଇରେ ସତେ ଯେମିତି କରୋନା ଭୂତାଣୁ ସାମ୍ବାଦିକଙ୍କ ପିଛା ଛାଡ଼ୁନାହିଁ। ଗତ ମାସରେ ୫୩ ଜଣ ସାମ୍ବାଦିକ କୋଭିଡ୍ ପିଡ଼ୀତ ହୋଇଥିବା ବେଳେ ଗତକାଲି ଆଉ ୩ ଜଣଙ୍କ ଠାରେ ଏହି ରୋଗ ଠାବ କରାଯାଇଚି। ଅର୍ଣ୍ଣବ ଗୋସ୍ବାମୀଙ୍କ ପରିଚାଳିତ ଖବର ଚ୍ୟାନେଲ “ରିପବ୍ଲିକ୍ ଟିଭି”ର ୩ ଜଣ ସାମ୍ବାଦିକଙ୍କ ଠାରେ କରୋନା ପଜିଟିଭ୍ ମିଳିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ତେବେ କୌଣସି ସରକାରୀ ସୂତ୍ରରୁ ଏ ନେଇ ସୂଚନା ଦିଆଯାଇନାହିଁ ଅଥବା ରିପବ୍ଲିକ୍ ଟିଭି ପକ୍ଷରୁ ମଧ୍ୟ କିଛି ଜଣାଯାଇନାହିଁ। ଶଶି ଶଙ୍କର ସିଂହ ନାମକ ଜଣେ ସାମ୍ବାଦିକ ପ୍ରଥମେ ଏ ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ।
ଏପ୍ରିଲ ୨୦ ତାରିଖରେ ମୁମ୍ବାଇରେ ୫୩ ଜଣ ସାମ୍ବାଦିକଙ୍କ ଠାରେ କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ଗଣମାଧ୍ୟମ ଜଗତରେ ଭୟ ଖେଳି ଯାଇଥିଲା। ମହାରାଷ୍ଟ୍ର ଦେଶର ସର୍ବାଧିକ କୋଭିଡ୍ ରୋଗୀଙ୍କୁ ପାଇଛି। ମୁମ୍ବାଇରେ ସ୍ଥିତି ମଧ୍ୟ ବେଶ୍ ସ୍ପର୍ଶକାତର ରହିଛି। ମହାରାଷ୍ଟ୍ରରେ ୧୯,୦୦୦ରୁ ଅଧିକ କରୋନା ଆକ୍ରାନ୍ତ ଥିବା ବେଳେ ୭୩୦ରୁ ଅଧିକ ବ୍ୟକ୍ତିଙ୍କର ପ୍ରାଣହାନି ହେଲାଣି।
Comments are closed.