ନୟାଗଡ଼ରୁ ଚିହ୍ନଟ ହେଲେ ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆଜି ଦିନକରେ ଏବେ ସୁଦ୍ଧା ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଛି।
ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ୪୦ ବର୍ଷୀୟ ପୁରୁଷ ଏବଂ ସେ ନୟାଗଡ଼ ଜିଲ୍ଳାର। ଆକ୍ରାନ୍ତ ଜଣକ ସୁରତ ଫେରନ୍ତା ଓ କ୍ବାରାଣ୍ଟିନ୍ ସେଣ୍ଟରରେ ରହୁଥିଲେ ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଥିସହ ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟର ୧୯ ଜିଲ୍ଲାକୁ କରୋନା ସଂକ୍ରମଣ ବ୍ୟାପିଛି।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୩ଜଣ ସୁସ୍ଥ ହୋଇଛନ୍ତି ଓ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୨୨୪ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି।
Fifth Health Update, 9th May
One Positive in Nayagarh
40 yr Male(Surat returnee. In quarantine)
Contact tracing and follow-up action is being done.
Total Positive Case: 289
— I & PR Department, Odisha (@IPR_Odisha) May 9, 2020
Comments are closed.