କରୋନା ମୃତ୍ୟୁ: ଗଞ୍ଜାମରେ ୧, ରାଜ୍ୟରେ ୩
ଭୁବନେଶ୍ବର: ସପ୍ତାହ ତଳେ ଜଣେ ବି ରୋଗୀ ନଥିବା ଗଞ୍ଜାମ ଜିଲ୍ଲାରେ ମେ’ ୩ ତରିଖରୁ ଏଯାବତ୍ ୧୧୮ ଜଣ ଏହି ମହାମାରୀ ରୋଗରେ ଆକ୍ରାନ୍ତ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରୁ ଜଣଙ୍କର ଗତକାଲି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ମୋଟ ୩୫୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କର ପ୍ରାଣହାନି ଘଟିଛି।
ଗଞ୍ଜାମରେ ଠାବ ହୋଇଥିବା ୧୧୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କେରଳ ଫେରନ୍ତା ହୋଇଥିବା ବେଳେ ବାକି ସମସ୍ତେ ଗୁଜରାଟ ଫେରନ୍ତା। ଆଜି ରାଜ୍ୟରେ ୫୮ ଜଣ ଆକ୍ରାନ୍ତ ଠାବ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୧ ଜଣ ଗୁଜରାଟ ଫେରନ୍ତା। ଏମାନଙ୍କ ମିଶାଇ ରାଜ୍ୟରେ ଗୁଜରାଟ ଫେରନ୍ତାଙ୍କ ସଂଖ୍ୟା ୧୫୨ରେ ପହଞ୍ଚିଛି। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୨ ଜଣ ଭୁବନେଶ୍ବରର ଓ ଜଣେ ଗଞ୍ଜାମର।
Comments are closed.