ଲକ୍ଡାଉନ୍: ଦୁଇ ଗାଡ଼ିରୁ ମିଳିଲା ଚୋରା ମଦ, ୬ ଗିରଫ

ବ୍ରହ୍ମପୁର: କରୋନା ଲକ୍ଡାଉନ୍ ସମୟରେ ଦେଶରେ ମଦ ବିକ୍ରି କୋହଳ କରାଯାଇଥିଲେ ହେଁ ରାଜ୍ୟରେ ଏଯାଏଁ ମଦ ଦୋକାନ ଖୋଲିନାହିଁ। ତେବେ ଏଇ ସୁଯୋଗରେ ବ୍ୟାପକ ଚୋରାମଦ କାରବାର ହେଉଥିବା ଅଭିଯୋଗ ଉଠୁଛି। ଆଜି ସ୍ଥାନୀୟ ପୁଲିସ ଦୁଇଟି ଗାଡ଼ିରୁ ବିପୁଳ ପରିମାଣର ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି।
ଶେରଗଡ଼ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ବିଜୁ ପଟ୍ଟନାୟକ ଛକ ନିକଟରେ ଗୋଟିଏ ଧଳା ରଙ୍ଗର ପିକଅପ୍ ଭ୍ୟାନ୍ରୁ ମଦ ଜବତ କରିଛି। ଅନୁରୂପ ଭାବେ ଅନ୍ୟ ଏକ କଳାରଙ୍ଗର ମାରୁତି ଗାଡ଼ିରୁ ମଧ୍ୟ ମଦ ଜବତ କରାଯାଇଛି।
ମଦ ଭର୍ତ୍ତି ଗାଡ଼ି ଦୁଇଟି ସୋରଡାରୁ ବ୍ରହ୍ମପୁର ଯାଉଥିବା ବେଳେ ପୁଲିସ ହାବୁଡ଼େ ପଡ଼ିଥିଲା। ଉଭୟ ଗାଡ଼ିରୁ ମୋଟ ୩୪ ପେଟି ବିଦେଶୀ ମଦ ଜବତ ହୋଇଛି। ମଦ ଚୋରା ଚାଲାଣ ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Comments are closed.