ମେ’ ୧୨ରୁ ଦେଶବ୍ୟାପୀ ରେଳସେବା ଆରମ୍ଭ, ଆସନ୍ତାକାଲି ଠାରୁ ବୁକିଂ
ନୂଆଦିଲ୍ଲୀ: ଲକ୍ଡାଉନ୍ ପାଇଁ ସାରା ଦେଶରେ ନିୟମିତ ଯାତ୍ରୀବାହୀ ରେଳ, ବିମାନ, ବସ୍ ଓ ଅନ୍ୟାନ୍ୟ ଯାନ ଯାତାୟତ ବନ୍ଦ ରହିଛି। ତେବେ ପହରଦିନ ଠାରୁ ପୁଣି ରେଳସେବା ଆରମ୍ଭ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଜଣାଇଛନ୍ତି। ଲକ୍ଡାଉନ୍ ସମୟରେ କେବଳ ଜରୁରୀ ମାଲ ପରିବହନ ପାଇଁ ସୀକିତ ସଂଖ୍ୟାରେ ରେଳ ଚାଲୁଅଛି। ସେହିପରି ଗତ ସପ୍ତାହ ଠାରୁ ହାତଗଣତି କିଛି ଶ୍ରମିକ ଟ୍ରେନ୍ ପ୍ରବାସୀ ଲୋକଙ୍କୁ ସ୍ବରାଜ୍ୟକୁ ଆଣିବା ପାଇଁ ପ୍ରଚଳନ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ମେ’ ୧୨ ତାରିଖରେ ନୂଆଦିଲ୍ଲୀରୁ ବିଭିନ୍ନ ରାଜ୍ୟ ଅଭିମୁଖେ ୧୫ଟି ଟ୍ରେନ୍ ଯାତ୍ରା ଆରମ୍ଭ କରିବ। ଟ୍ରେନ୍ ଗୁଡ଼ିକ ବିଭିନ୍ନ ରାଜ୍ୟର ପ୍ରମୁଖ ସହରକୁ ଯାତ୍ରା କରି ସମାନ ରୁଟ୍ରେ ଦଲ୍ଲୀ ଫେରିବ। ଏହି ଟ୍ରେନ୍ ପାଇଁ ଟିକେଟ୍ ସଂରକ୍ଷଣ ଆସନ୍ତାକାଲି (୧୧ ମେ’) ଅପରାହ୍ଣ ୪ଟାରୁ ଆରମ୍ଭ ହେବ। ଦୈନିକ ୩୦୦ ପର୍ଯ୍ୟନ୍ତ ଶ୍ରମିକ ଟ୍ରେନ୍ ଯାତ୍ରା କରିବ। ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଅନ୍ୟରାଜ୍ୟର ଶ୍ରମିକଙ୍କୁ ଏହି ଟ୍ରେନ୍ ସବୁ ନେବାଆଣିବା କରିବ।
ଅନ୍ଲାଇନ୍ରେ IRCTC ଓ୍ବେବ୍ସାଇଟ୍ https://www.irctc.co.inରେ ଆନ୍ତକାଲି ଠାରୁ ଟିକେଟ୍ ବୁକ୍ କରାଯାଇପାରିବ। ଦେଶରେ ଟିକେଟ୍ ବୁକିଂ ପାଇଁ କୌଣସି କାଉଣ୍ଟର ଖୋଲିବ ନାହିଁ। କେବଳ ନିଶ୍ଚିତ (confirmed) ଟିକେଟତ ଥିବା ବ୍ୟକ୍ତିଙ୍କୁ ପ୍ଲାଟ୍ଫର୍ମକୁ ଛଡ଼ାଯିବ। ଟ୍ରେନ୍ ଚଢ଼ିବା ପୂର୍ବରୁ ସମସ୍ତଙ୍କର ସ୍କ୍ରୀନିଂ କରାଯିବ, କୌଣସି ଲକ୍ଷଣ ନ ଥିବା ବ୍ୟକ୍ତିଙ୍କୁ କେବଳ ଟ୍ରେନ୍ ଯାତ୍ରା ପାଇଁ ଅନୁମତି ମିଳିବ। ଷ୍ଟେସନ୍କୁ ଆସୁଥିବା ସମସ୍ତ ବ୍ୟକ୍ତି ଫେସ୍ ମାସ୍କ ପିନ୍ଧିବା ଅନିର୍ବାଯ୍ୟ।
Railways plans to gradually restart passenger train operations from 12th May, 2020, initially with 15 pairs of special trains connecting New Delhi with major stations across India. Booking in these trains will start at 4 pm on 11th May.https://t.co/DW9I1sPRx6
— Piyush Goyal (@PiyushGoyal) May 10, 2020
Comments are closed.