ବଦଳିଲା ଚିତ୍ର: କ୍ବାରାଣ୍ଟିନ୍ ସେଣ୍ଟରରେ ଯୋଗ କଲେ ଲୋକେ

ଭଦ୍ରକ: ରାଜ୍ୟରେ କିଛି ଦିନ ତଳେ କ୍ବାରାଣ୍ଟିନ୍ ସେଣ୍ଟରରେ ଟିକ୍ଟକ୍ ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲା। କ୍ବାରାଣ୍ଟିନ୍ ସେଣ୍ଟରରେ ରହୁଥିବା କିଛି ଲୋକ ଟିକ୍ଟକ୍ ଭିଡିଓ କରିଥିଲେ। ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ ହେବାସହ ଏହାକୁ ରାଜ୍ୟବାସୀ ସମାଲୋଚନ କରିଥିଲେ। ହେଲେ କିଛିଦିନ ପରେ ସେହି କ୍ବାରାଣ୍ଟିନ ସେଣ୍ଟରରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଯାହାକୁ ନେଇ ଲୋକା ପ୍ରଶଂସା କରୁଛନ୍ତି।
ଟିକ୍ଟକ୍ ଭିଡିଓ କରି ସମଲୋଚିତ ହେବା ପରେ କ୍ବାରାଣ୍ଟିନ୍ ସେଣ୍ଟରରେ ରହୁଥିବା ଲୋକେ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ କରୁଛନ୍ତି। ସବୁଦିନେ ସକାଳେ ଉଠି ଯୋଗ କରିବା ସହ ପ୍ରାଣାୟମ ଓ ବ୍ୟାୟାମ ଆଦି କରୁଛନ୍ତି ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା ଲୋକେ। ସେହିପରି ସନ୍ଧ୍ୟାରେ ଏଠାରେ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ମନକୁ ଶାନ୍ତ ରଖିବା ସହ ସମୟ ଅତିବାହିତ କରିବାକୁ ଏଠାରେ ରହୁଥିବେ ଲୋକେ ଏଭଳି କରୁଛନ୍ତି। ଏସବୁ କାର୍ଯ୍ୟକ୍ରମ ବେଳେ ସେମାନେ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରୁଛନ୍ତି।
ଭାଟପଡ଼ା ପଞ୍ଚାୟତର ଏହି କ୍ବାରାଣ୍ଟିନ୍ ସେଣ୍ଟରରେ ରହୁଥିବା କିଛି ଲୋକେ ନିୟମ ନ ଟିକ୍ଟକ୍ କରୁଥିବା ଘଟଣା କିଛିଦିନ ତଳେ ସାମ୍ନାକୁ ଆସିଥିଲା। ଏମାନେ ସମସ୍ତେ କୋଲକାତାରୁ ଫେରିଥିବାରୁ ଏମାନଙ୍କୁ କ୍ବାରାଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ସେମାନଙ୍କର ଏଭଳି ଆଚରଣକୁ ନେଇ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ୭ ଜଣଙ୍କ ନାଁରେ ଥାନାରେ ଏତଲା ବି ଦିଆଯାଇଥିଲା।
Comments are closed.