୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ: ଦେଶ କରୋନା ସଂକଟ ଦେଇ ଗତି କରୁଥିବା ବେଳେ ଆଜି ୫ମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ଅବସରରେ ସେ ଆତ୍ମନିର୍ଭର ଭାରତ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ଅଧୀନରେ ଦେଶବାସୀଙ୍କ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଏହା ୨୦୨୦ ବର୍ଷରେ ଭାରତକୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇବ। ଏହି ଅଭିଯାନରେ ଲାଣ୍ଡ-ଲେବର-ଲିକ୍ୱିଡିଟି ଉପରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ଦେଇଛନ୍ତି ମୋଦି।
ଏହି ପ୍ୟାକେଜ ଜରିଆରେ ଜମି, କୂଟୀର ଉଦ୍ୟୋଗୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ପାଇଁ ସହାୟକ ହେବ। ସେହିପରି ଦେଶର ଶ୍ରମିକ ଓ ଚାଷୀମାନେ ବି ଏହାଦ୍ୱାରା ଲାଭବାନ ହେବେ। ଗ୍ରାମାଞ୍ଚଳକୁ କରୋନା ମୁକ୍ତ ରଖିବା ପାଇଁ ଏକାଧିକ ବ୍ୟବସ୍ଥା ଲାଗୁ କରାଯାଉଥିବା ମୋଦି କହିଛନ୍ତି। ତେବେ ଆର୍ଥିକ ପ୍ୟାକେଜ ସମ୍ପର୍କରେ ଗାଇଡଲାଇନ ସମ୍ପର୍କରେ ଅର୍ଥମନ୍ତ୍ରୀ ସମସ୍ତ ସୂଚନା ଦେବେ। ଏହାଦ୍ୱାରା ସବୁ କ୍ଷେତ୍ରର ବିକାଶ ହୋଇପାରିବ ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି, ଏହି ୨୦ ଲକ୍ଷ କୋଟିର ପ୍ୟାକେଜ ଆତ୍ମନିର୍ଭର ଭାରତକୁ ଶକ୍ତି ଦେବ। କାଲିଠାରୁ ଆସନ୍ତା କିଛି ଦିନ ଯାଏ ବିସ୍ତାର ସୂଚନା ଅର୍ଥମନ୍ତ୍ରଣାଳୟ ଜରିଆରେ ଦେଶବାସୀଙ୍କୁ ଦିଆଯିବ। ଅର୍ଥମନ୍ତ୍ରୀ ଏହି ଆର୍ଥିକ ପ୍ୟାକେଜର ବିସ୍ତାର ସୂଚନା ଦେବେ।
Comments are closed.