ନୂଆ କଟକଣା ସହ ଲାଗୁ ହେବ ଲକ୍ଡାଉନ୍ ୪.୦: ମୋଦି
ନୂଆଦିଲ୍ଲୀ: କରୋନା ସଙ୍କଟକୁ ମୁକାବିଲା କରିବା ପାଇଁ ସାରା ଦେଶରେ ଲାଗୁ ହେବ ଲକ୍ଡାଉନ୍ ୪.୦। ଏନେଇ ଆଜି ଘୋଷଣା କରିଛନ୍ତି ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। ମେ ୧୮ ତାରିଖ ପୂର୍ବରୁ ଏନେଇ ବିସ୍ତୃତ ଗାଇଡଲାଇନ୍ ଜାରି କରାଯିବ। ଏବଂ ନୂଆ କଟକଣା ଓ ନୂଆ ରୂପରେ ସାରା ଦେଶରେ ଲାଗୁ ହେବ ଲକ୍ ଡାଉନ୍ ର ୪ର୍ଥ ପର୍ଯ୍ୟାୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ମୋଦି କହିଛନ୍ତି, “ମାର୍ଚ୍ଚ ୨୫ରୁ ଜାରି ହୋଇଥିବା ଲକଡାଉନକୁ ଦେଶବାସୀ ସଫଳତାର ସହ ପାଳନ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଆମକୁ କରୋନା ସହ ଦୀର୍ଘ ସମୟ ଧରି ଲଢ଼େଇ କରିବାକୁ ପଡ଼ିବ। ଗୋଟିଏ ଭାଇରସ ସମଗ୍ର ବିଶ୍ୱକୁ ଛିନଛତ୍ର କରିଦେଇଛି।
ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ବିଶ୍ବର ୪୨ ଲକ୍ଷରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇସାରିଲେଣି। କୋରୋନା ପାଇଁ କୋଟି କୋଟି ଜୀବନ ବିପଦ ମୁହଁରେ ଠିଆ ହୋଇଛି। ହେଲେ ଆତ୍ମନିର୍ଭରଶୀଳ ଭାରତ ସଂକଟକୁ ସୁଯୋଗରେ ବଦଳାଇ ଦେଇଛି।
ସେ ଆହୁରି କହିଛନ୍ତି ଯେ, ଆମେ ଆଗରୁ କେବେ ଏଭଳି ସ୍ଥିତି ଦେଖି ନଥିଲୁ କି ଶୁଣି ନଥିଲୁ। ଗୋଟିଏ ଭାଇରସ ସାରା ଦୁନିଆକୁ ଅସ୍ତବ୍ୟସ୍ତ କରିଦେଇଛି । କିନ୍ତୁ ଆମେ ହାରିବାନି, ଭାଙ୍ଗିବାନି, ପଛେଇ ଯିବାନି। ଆମକୁ ବଞ୍ଚିବାକୁ ପଡିବ, ଆଗକୁ ବଢିବାକୁ ପଡିବ।
Comments are closed.